ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ: ବଡ ବ୍ଯବଧାନରେ ବାଜି ମାରିଲା ବିଜେଡି

ଝରସୁଗୁଡ଼ା(କେନ୍ୟୁଜ୍‌): କିଏ ଜିତିବ ବ୍ରଜରାଜନଗର ବାଜି । ଆସିବ ରାୟ । ପ୍ରଥମେ ପୋଷ୍ଟାଲ ଗଣତି ଚାଲିଛି। ସାଢେ ଆଠରୁ ଇଭିଏମ୍‌ କାଉଣ୍ଟିଂ ଆରମ୍ଭ ହେବ। ଗଣତି ପାଇଁ ୧୪ଟି ଟେବୁଲ କରାଯାଇଛି । ୨୦ ରାଉଣ୍ଡ ଗଣତି ହେବ। ପ୍ରତି ଟେବୁଲରେ ୪ଜଣ କାଉଣ୍ଟିଂ ଅଫିସର ରହିବେ। ଭୋଟ ଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଝରସୁଗୁଡ଼ା ଇଂଜିନିୟରିଂ ସ୍କୁଲରେ ଗଣତି ବ୍ୟବସ୍ଥା କରାଯାଇଛି। ଉପନିର୍ବାଚନରେ ମତଦାନ ହାର ଥିଲା ୭୧.୯୦ ପ୍ରତିଶତ। ବିଜେଡି ଲଗାତାର ଉପନିର୍ବାଚନ ଜିତି ଚାଲିଛି। ଏଥର ବି ଦଳ ସଫଳ ହେବ କି? ନା ବ୍ରେକ୍‌ ଲଗାଇବାରେ ସଫଳ ହେବେ ବିରୋଧୀ କଂଗ୍ରେସ ଓ ବିଜେପି। ସବୁ ଦଳ ନିଜ ପ୍ରାର୍ଥୀଙ୍କ ବିଜୟ ନେଇ ଆଶାବାଦୀ ।

  • UPDATES:  ବ୍ରଜରାଜନଗର ଉପନିର୍ବାଚନ: ବଡ ବ୍ଯବଧାନରେ ବାଜି ମାରିଲା ବିଜେଡି। ବିଜେଡିର ପ୍ରାର୍ଥୀ ଅଳକା ମହାନ୍ତି ପିନ୍ଧିଲେ ବିଜୟୀ ମୁକୁଟ। ୬୫,୭୯୧ ଖଣ୍ଡ ଭୋଟରେ ଜିତିଲା ବିଜେଡି।
  • UPDATES: ୧୯ ତମ ରାଉଣ୍ଡରେ ସୁଦ୍ଧା ବିଜେଡିକୁ ୮୮,୮୭୦, ବିଜେପିକୁ ୨୧,୫୬୮, କଂଗ୍ରେସକୁ ୨୫୮୨୭ ଭୋଟ୍ ମିଳିଛି।
  • UPDATES:  ୧୮ ତମ ରାଉଣ୍ଡରେ ସୁଦ୍ଧା ବିଜେଡିକୁ ୮୪୧୧୩, ବିଜେପିକୁ ୨୦,୫୩୪, କଂଗ୍ରେସକୁ ୨୪,୨୬୮ ଭୋଟ୍ ମିଳିଛି।
  • UPDATES: ୧୬ ତମ ରାଉଣ୍ଡ ସୁଦ୍ଧା ବିଜେଡିକୁ ୭୨,୩୩୭, ବିଜେପିକୁ ୧୮,୨୭୯, କଂଗ୍ରେସକୁ ୨୧,୧୧୬ ଭୋଟ୍ ମିଳିଛି।
  • UPDATES: ୧୬ ତମ ରାଉଣ୍ଡରେ ବି ବିଜେଡି ଆଗୁଆ।
  • UPDATES: ୧୫ ତମ ରାଉଣ୍ଡ ସୁଦ୍ଧା ବିଜେଡିକୁ ୬୮,୭୩୩ ଭୋଟ୍ ମିଳିଛି।
  • UPDATES: ୧୪ ତମ ରାଉଣ୍ଡ ସୁଦ୍ଧା ବିଜେଡିକୁ ୬୬,୯୮୭, ବିଜେପିକୁ ୧୫,୫୨୬, କଂଗ୍ରେସକୁ ୧୮,୬୨୩ ଭୋଟ୍ ମିଳିଛି।
  • UPDATES: ୧୪ ତମ ରାଉଣ୍ଡରେ ମଧ୍ଯ ବିଜେଡି ଆଗୁଆ।
  • UPDATES: ୧୩ତମ ରାଉଣ୍ଡ ସୁଦ୍ଧା ବିଜେଡିକୁ ୬୨,୯୧୯, ବିଜେପିକୁ ୧୪,୨୫୮, କଂଗ୍ରେସକୁ ୧୭,୫୩୫ ଭୋଟ୍ ମିଳିଛି।
  • UPDATES: ୧୩ତମ ରାଉଣ୍ଡରେ ମଧ୍ଯ ବିଜେଡି ଆଗୁଆ।
  • UPDATES: ଏଗାର ରାଉଣ୍ଡ ସୁଦ୍ଧା ବିଜେଡିକୁ ୫୨,୬୦୯, ବିଜେପିକୁ ୧୨,୩୬୭, କଂଗ୍ରେସକୁ ୧୪,୨୧୫ ଭୋଟ୍ ମିଳିଛି।
  • UPDATES: ଏଗାର ରାଉଣ୍ଡରେ ବି ବିଜେଡି ଆଗୁଆ।
  • UPDATES: ୧୦ମ ରାଉଣ୍ଡରେ ବି ବିଜେଡି ଆଗୁଆ।
  • UPDATES: ୯ମ ରାଉଣ୍ଡ ସୁଦ୍ଧା ବିଜେଡିକୁ ୪୩,୪୨୮, ବିଜେପିକୁ ୧୧,୩୬୧, କଂଗ୍ରେସକୁ ୧୧,୬୦୯ ଭୋଟ୍ ମିଳିଛି।
  • UPDATES: ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ଜାରି : ୯ମ ରାଉଣ୍ଡ ସୁଦ୍ଧା ବିଜେଡିର ଅଳକା ମହାନ୍ତି ଆଗୁଆ।
  • UPDATES: ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୨୯,୮୮୮, ବିଜେପିକୁ ୭୬୩୬, କଂଗ୍ରେସକୁ ୬୦୮୮ ଭୋଟ୍ ମିଳିଛି।
  • UPDATES: ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ।
  • UPDATES: ୫ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୨୪,୭୩୩, ବିଜେପିକୁ ୬୬୩୪, କଂଗ୍ରେସକୁ ୪୩୧୦ ଭୋଟ୍ ମିଳିଛି।
  • UPDATES: ସେହିଭଳି ୫ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ।
  • UPDATES: ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୨୦,୮୨୦, ବିଜେପିକୁ ୫୨୧୨, କଂଗ୍ରେସକୁ ୩୫୬୦ ଭୋଟ୍ ମିଳିଛି ।
  • UPDATES: ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବି ବିଜେଡିର ଅଳକା ମହାନ୍ତି ଆଗୁଆ ।
  • UPDATES: ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୧୬,୦୩୩, ବିଜେପିକୁ ୩୮୪୧, କଂଗ୍ରେସକୁ ୨୬୭୭ ଭୋଟ୍ ମିଳିଛି ।
  • UPDATES: ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ।
  • UPDATES: ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୧୦,୨୪୮, ବିଜେପିକୁ ୨୬୨୩, କଂଗ୍ରେସକୁ ୧୬୯୯ ଭୋଟ୍ ମିଳିଛି ।
  • UPDATES: ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ଅଳକା ମହାନ୍ତି ଆଗୁଆ ।
  • UPDATES: ବ୍ରଜରାଜନଗର ଉପନିର୍ବାଚନ: ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୪୭୩୩, ବିଜେପିକୁ ୧୧୪୪, କଂଗ୍ରେସକୁ ୧୦୧୪ ଭୋଟ୍ ମିଳିଛି ।
  • UPDATES: ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ଜାରି: ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ଅଳକା ମହାନ୍ତି ଆଗୁଆ ।
Leave A Reply

Your email address will not be published.