ଯାଜପୁର : ବ୍ରାହ୍ମଣୀ ନଦୀରେ ବନ୍ୟା, ରସୁଲପୁର ବ୍ଲକ ବନ୍ଧଢି଼ହ କନ୍ଧିଆ ନିକଟରେ ଘେରିବନ୍ଧ ଭାଙ୍ଗି ଘାଇ ସୃଷ୍ଟି

ଯାଜପୁର (କେନ୍ୟୁଜ୍‌) : ଲଗାଣ ବର୍ଷ ଯୋଗୁ ଯାଜପୁର ରସୁଲପୁର ଅଂଚଳରେ ଭାଙ୍ଗିଲା ବ୍ରାହ୍ମଣୀ ନଦୀ ବନ୍ଧ । ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଫଳରେ ରସୁଲପୁର ବ୍ଲକ ବନ୍ଧଢି଼ହ ପଂଚାୟତ କନ୍ଧିଆ ନିକଟରେ ବ୍ରାହ୍ମଣୀ ନଦୀର ଘେରି ବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହୋଇଛି। ଫଳରେ ପାଖାପାଖି ୧୦୦ ପରିବାର ପ୍ରଭାବିତ ହେବା ନେଇ ଆଶଙ୍କା ଉପୁଜିଛି। ଅନ୍ୟପକ୍ଷରେ ଜିଲ୍ଲା ଓ ବ୍ଲକ ପ୍ରଶାସନ ସଜାଗ ରହିଥିବା ବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ଏପଟେ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର। ଜେନାପୁର ଠାରେ ବ୍ରାହ୍ମଣୀ ନଦୀର ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଂକେତ ୬୭ଫୁଟ ରହିଥିବା ବେଳେ ଏବେ ୬୮.୧୦ରେ ବନ୍ୟା ଜଳ ପ୍ରବାହିତ।B ଜିଲ୍ଲାର ବରୀ, ଧର୍ମଶାଳା, ବଡ଼ଚଣା, ରସୁଲପୁର ବ୍ଲକ ପ୍ରଭାବିତ ହେବା ନେଇ ଆଶଙ୍କା। ଏନେଇ ନଦୀ କୂଳିଆ ଲୋକେ ଆତଙ୍କିତ। ହୋଇ ପଡିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.