ବ୍ରହ୍ମପୁରରେ ପୁଣି ଏନ୍‌କାଉଣ୍ଟର , ହାର୍ଡକୋର କ୍ରିମିନାଲ୍‌ ଜୟ ପ୍ରଧାନ ଆହତ

ବ୍ରହ୍ମପୁର(କେନ୍ୟୁଜ୍) : ବ୍ରହ୍ମପୁରରେ ପୁଣି ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ହାର୍ଡକୋର୍‌ କ୍ରିମିନାଲ୍‌ ଜୟ ପ୍ରଧାନ ଆହତ । ତାର ବାମ ଗୋଡ଼ରେ ବାଜିଛି ଗୁଳି । ଚିକିତ୍ସା ପାଇଁ ତାକୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ତାଳପଡ଼ା ଧେରେଣ୍ଡି ନିକଟରେ ପୋଲିସ ସହ ଜୟ ମୁହାଁମୁହିଁ ହୋଇଥିଲା । ପୋଲିସ ଉପରକୁ ୪ଟି ବୋମା ଫିଙ୍ଗି ଖସି ଯିବାକୁ ସେ ଚେଷ୍ଟା କରିଥିଲା । ଏଥିରେ ୨ ଜଣ ଏଏସ୍‌ଆଇ ଓ ୨ ଜଣ କନେଷ୍ଟବଳ ଆହତ ହୋଇଛନ୍ତି । ଅପରାଧୀଙ୍କୁ କାବୁ କରିବା ପାଇଁ ପାଲଟା ଗୁଳି ଚଳାଇଥିଲା ପୋଲିସ । ଜୟ ଧରାପଡ଼ିଥିବା ବେଳେ ଅନ୍ୟ ଜଣେ ଅପରାଧୀ ଅମିତ ଦାସ ଫେରାର୍‌ ହୋଇଯାଇଥିଲା ।