ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଗଉଞ୍ଜୁ ବାଉରିବନ୍ଧୁପାଳ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ

ବ୍ରହ୍ମପୁର(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ସହକାରୀ ଶିକ୍ଷକ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫଶିଛନ୍ତି ବ୍ରହ୍ମପୁର ଉପକଣ୍ଠ ଗଉଞ୍ଜୁ ବାଉରିବନ୍ଧୁପାଳ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସଦାନନ୍ଦ ପାଢୀ। ବ୍ରହ୍ମପୁର ଆଙ୍କୋଲି ଦଗୋବିନ୍ଦ ବିହାର ବାସଭବନ, ଗଉଞ୍ଜୁସ୍ଥିତ ପୈତୃକ ଘର ଓ ସ୍କୁଲରେ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି। ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ୱାଇଁଙ୍କ ନିର୍ଦ୍ଦେଶରେ ବିଭାଗ ପକ୍ଷରୁ ଏହି ଚଢାଉ ଜାରି ରହିଛି।