ସାହସୀ ପୁଅ ସିତୁ , କୁମ୍ଭୀର ସହ ଲଢି ବଞ୍ଚାଇଥିଲେ ଦାଦାର ଜୀବନ

କେନ୍ଦ୍ରାପଡ଼ା(କେନ୍ୟୁଜ୍) : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର କଣ୍ଡିରା ଗାଁର ସାହସୀ ପୁଅ ସିତୁ। କୁମ୍ଭୀର ସହ ଲଢି ବଞ୍ଚାଇଲେ ଜୀବନ। ୨୦୧୮ ଫେବୃୟାରୀ ୧୯ରେ ସିତୁ ଦାଦା ବିନୋଦଙ୍କ ସହ ଧାନଖଳା ଜଗିଥିଲେ। ରାତିରେ ଶୋଇଥିବାବେଳେ ଦାରୁଓରା ନାଳ ନିକଟରେ ଏକ କୁମ୍ଭୀର ବିନୋଦଙ୍କୁ ଟାଣି ନେଇଥିଲା। ଏହା ଦେଖି ସିତୁ ସାହାସର ସହ କୁମ୍ଭୀର ସହ ଲଢେଇ କରି ଦାଦାଙ୍କୁ ରକ୍ଷା କରିଥିଲେ।

sahasiiଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ଆଡୁ ଶୁଭେଛାର ସୁଅ ଛୁଟିଥିଲା। ସ୍କୁଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସିତୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏବେ ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଦିଆଯିବ ଜାତୀୟ ସାହସିକତା ପୁରସ୍କାର। ସୁନା ପୁଅ ପାଇଁ ଏବେ ଘର ଓ ଗାଁରେ ଖୁସିଲ ଲହରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like