ଆଠଗଡ: ତିଗିରିଆ ବାହାବିଲୁଆ ମହାନଦୀ ବନ୍ଧରେ ଘାଇ, ବାଲିବସ୍ତା ପକାଇ ସ୍ଥିତି ସୁଧାରିବାକୁ ଚାଲିଛି ଚେଷ୍ଟା

ଆଠଗଡ(କେନ୍ୟୁଜ୍): ମହାନଦୀରେ ବନ୍ୟା ପରେ ଆଠଗଡ ଅଞ୍ଚଳରେ ଅଧିକାଂଶ ଅଞ୍ଚଳ ବାହ୍ୟଜଗତରୁ ବିିଚ୍ଛିନ୍ନ । ତିଗିରିଆ ବାଡନାଉଫୁଟ ପଞ୍ଚାୟତ ବାହାବିଲୁଆ ମହାନଦୀ ବନ୍ଧରେ ଘାଇ ସୃଷ୍ଟି ହୋଇଛି । ଘାଇ ସୃଷ୍ଟି ହେବା ପରେ ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢିଯାଇଛି ।

ସ୍ଥାନୀୟ ଲୋକେ ବାଲିବସ୍ତା ପକାଇ ଘାଇ ବନ୍ଦ କରିବାକୁ ଚେଷ୍ଟା ଚଳାଇଛନ୍ତି । ବର୍ତ୍ତମାନ ଆଖପାଖ ଅଞ୍ଚଳର ୧୦ରୁ ଅଧିକ ପଞ୍ଚାୟତ ବନ୍ୟା ଘେରରେ ରହିଛି । ରଘୁରାମପୁର, ଗୋପାଳପୁର, ଖଣ୍ଡହତା, ବଡନାଉଫୁଟ ଭଳି ୨୦ରୁ ଅଧିକ ଗାଁକୁ ଯାତାୟାତ ବନ୍ଦ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.