ଭୁବନେଶ୍ବର: ରାଜ୍ୟରେ ହାଡ଼ଭଙ୍ଗା ଶୀତରେ ଲାଗିଲା ବ୍ରେକ୍ । କମିଲା ଥଣ୍ଡା, ବଢ଼ିଲା ପାରଦ । ମେଘାଚ୍ଛନ୍ନ ଆକାଶ ପ୍ରଭାବରେ ବଢ଼ିଲା ରାତି ତାପମାତ୍ରା । ଅଧିକାଂଶ ସ୍ଥାନରେ ୫ରୁ ୭ ଡିଗ୍ରୀ ଯାଏଁ ପାରଦ ବଢିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଫଳରେ ଅସହ୍ୟ ଥଣ୍ଡା ଦାଉରୁ ରକ୍ଷା ପାଇଛନ୍ତି ରାଜ୍ୟବାସୀ । ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୧.୬ ରେକର୍ଡ କରାଯାଇଛି । ରାଜଧାନୀରେ ୬.୮ ଡିଗ୍ରୀ ବଢିଛି ତାପମାତ୍ରା । ଗତ କିଛି ଦିନ ହେବ ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ହୋଇଥିଲା ଜନଜୀବନ ।
Also read: ସାଲିଆ ସାହିରେ ବଡ଼ ଧରଣର ରେଡ୍, ପୋଚ ସାଙ୍ଗକୁ ମଦ ପ୍ରସ୍ତୁତ ସାମଗ୍ରୀ ଜବତ