କଟକ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ଆଇନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି । ସାଲେପୁର JMFC କୋର୍ଟଙ୍କ ରାୟକୁ ଖାରଜ କଲେ ହାଇକୋର୍ଟ । ଡବଲ ମର୍ଡର ଘଟଣାରେ ପ୍ରତାପଙ୍କ ବିରୋଧରେ ପ୍ରୋଟେଷ୍ଟ ପିଟିସନ ଦାଖଲ କରିଥିଲେ ମୃତକଙ୍କ ପରିବାର । ପ୍ରତାପଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC କୋର୍ଟ । ଯାହାକୁ ବିରୋଧ କରି ହାଇକୋର୍ଟରେ କ୍ରିମିନାଲ ରିଭ୍ୟୁ ପିଟିସନ ଦାଖଲ କରିଥିଲେ ପ୍ରତାପ ଜେନା ।
ଯାହାର ଶୁଣାଣି କରି ୨୫ ସେପ୍ଟେମ୍ବର ୨୦୨୩ ମସିହାରେ ସାଲେପୁର JMFC କୋର୍ଟ ଦେଇଥିବା ରାୟକୁ ଖାରଜ କଲେ ହାଇକୋର୍ଟ । ଜାନୁଆରୀ ୦୨,୨୦୨୧ ମସିହାରେ ମାହାଙ୍ଗାରେ ବିଜେପି ନେତା କୁଳମଣୀ ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଏଥିରେ ୧୩ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା ।
ଯେଉଁଥିରେ ୧୩ ନମ୍ବର ଅଭିଯୁକ୍ତ ଭାବେ ପ୍ରତାପ ଜେନାଙ୍କୁ ଦର୍ଶା ଯାଇଥିଲା । ମାହାଙ୍ଗା ପୋଲିସର ତଦନ୍ତ କରି ଚାର୍ଜସିଟ ଦାଖଲ କରିବା ସମୟରେ ପ୍ରତାପଙ୍କ ନାଁ କାଟି ଦେଇଥିଲା । ଯାହାକୁ ବିରୋଧ କରି ସାଲେପୁର JMFC କୋର୍ଟରେ ପ୍ରୋଟେଷ୍ଟ ପିଟିସନ ଦାଖଲ କରିଥିଲେ ମୃତକଙ୍କ ପରିବାର ଲୋକେ । ଏହି ମାମଲାରେ ୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ସଜା ଶୁଣେଇଛନ୍ତି ସାଲେପୁର ଅତିରିକ୍ତ ଦୌରା ଜଜ କୋର୍ଟ ।