ବ୍ରହ୍ମଗିରି ତହସିଲଦାରଙ୍କ ଅଫିସ ଭିତରକୁ ପସିଆସିଲେ ଦୁଇ ଦୁର୍ବୃତ୍ତ, ତହସିଲଦାରଙ୍କୁ କଲେ ଆକ୍ରମଣ

ବ୍ରହ୍ମଗିରି (କେନ୍ୟୁଜ୍): ବ୍ରହ୍ମଗିରି ତହସିଲଦାରଙ୍କୁ ଆକ୍ରମଣ।  ଏକ ରିଭ୍ୟୁ ମିଟିଂ କରୁଥିବା ସମୟରେ  ଅଫିସ ଭିତରକୁ ପସିଆସିଲେ ଦୁଇ ଦୁର୍ବୃତ୍ତ । ହଠାତ୍ ତହସିଲଦାରଙ୍କୁ ଅସଭ୍ୟ ଭାଷା.ରେ ଗାଳିଗୁଲଜ କରିବା ସହ ଧସ୍ତାଧସ୍ତୀ କରିଥିଲେ । ପରେ ତହସିଲଦାରଙ୍କ ଅଫିସ କର୍ମଚାରୀ ଆସି ଅଟକାଇବାରୁ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇ ଯାଇଥିଲେ ।  ଆକ୍ରମଣରେ ତହସିଲଦାର କିଶୋର ଚନ୍ଦ୍ର ପଣ୍ଡା ଭୟଭୀତ ହୋଇ ପଡିଥିଲେ। ତେବେ ଏହି ଘଟଣାରେ ଏକ କେସ ରୁଜୁ କରି ତଦନ୍ତ ଚଳା ଇଛି ବୋଲି ବ୍ରହ୍ମଗିରି ପୋଲିସ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.