ଗିରଫ ହେଲେ ଲାଞ୍ଚୁଆ ସବଇନସ୍ପେକ୍ଟର, କେସ୍ ଡାଏରୀ ପାଇଁ ନେଉଥିଲେ ଲାଞ୍ଚ

ଭୁବନେଶ୍ୱର : ପୋଲିସକୁ ବାନ୍ଧିଲା ଭିଜିଲାନ୍ସ । ଗିରଫ ହେଲେ ଲାଞ୍ଚୁଆ ସବଇନସ୍ପେକ୍ଟର । କେସ୍ ଡାଏରୀ ଦେବାପାଇଁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶରଣକୂଳ ଥାନା ସବ୍ ଇନ୍ସପେକ୍ଟର ରାଜେଶ ଶ୍ରୀଚନ୍ଦନଙ୍କୁ ଧରିଥିଲା ଭିଜିଲାନ୍ସ । କଲ୍ଯାଣପୁରର ମୋନାଲିସା ଦାସଙ୍କ ଠାରୁ ନେଉଥିଲେ ଲାଞ୍ଚ । ରେଡରେ ଭୁବନେଶ୍ବର ଓ ନୟାଗଡ ଭିଜିଲାନ୍ସ ଟିମ୍ ସାମିଲ୍ ଥିଲା ।
ସୂଚନା ଅନୁଯାୟୀ, ମୋନାଲିସା ଦାସ ନାମକ ଜଣେ ମହିଳା ଥାନାରେ ଏଫଆଇର ଦେବାକୁ ଆସିଥିଲେ । ମାତ୍ର ଏଫଆଇଆର ରଖିବାକୁ ଟଙ୍କା ମାଗିଥିଲେ ଏସଆଇ ଜଣକ । ଏମିତିକି ଟଙ୍କା ନଦେଲେ ଏଫଆଇଆର ରଖିବେନି ବୋଲି ମଧ୍ୟ କହିଥିଲେ । ତେବେ ଶେଷରେ ମହିଳା ଜଣକ ଭିଜିଲାନ୍ସକୁ ସୂଚନା ଦେଇଥିଲେ । ଆଉ ଭିଜିଲାନ୍ସ ଏସଆଇଙ୍କୁ କେସ୍ ଡାଏରୀ ଦେବାପାଇଁ ୪ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଛି । ସେପଟେ ଭିଜିଲାନ୍ସ ଟିମ୍ ଗଠନ କରି ଶ୍ରୀଚନ୍ଦନଙ୍କ ଘର ଏବଂ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା । ଆଜି କିନ୍ତୁ ଲାଞ୍ଚୁଆ ସବଇନସ୍ପେକ୍ଟରଙ୍କୁ ଗିରଫ କରାଯାଇଛି ।
ଆହୁରି ପଢ଼ନ୍ତୁ : ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଜ୍ବାଇଁଙ୍କ ଘରୁ ନଗଦ ୨୨ ଲକ୍ଷ ଟଙ୍କା ଜବତ