ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା, ଇଟାଭାଟି ମାଲିକ ମାଡ଼ ମାରି ତଡି ଦେଇଥିବା ଅଭିଯୋଗ

ବଲାଙ୍ଗୀର : ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା । ବଲାଙ୍ଗୀର ଜିଲ୍ଳା ବେଲପଡା ବ୍ଲକ ତଅଁଳା ଗାଁର କିଛି ଶ୍ରମିକ ତେଲେଙ୍ଗନା ରାଜ୍ୟର ନରେନପଟା ଜିଲ୍ଲାର ଏକ ଇଟା ଭାଟିରେ କାମ କରିବାକୁ ଯାଇଥିଲେ । ସେଠାରେ ଇଟାଭାଟି ମାଲିକ ମାଡ଼ ମାରି ତଡି ଦେଇଥିବା ଅଭିଯୋଗ ହୋଇଛି ।
ପ୍ରାୟ ୨୦ ଜଣ ଶ୍ରମିକଙ୍କ ସହ ଏଭଳି ହୋଇଥିବା ଜଣାପଡିଛି । ଶ୍ରମିକମାନଙ୍କ ଟଙ୍କା ଓ ମୋବାଇଲ ଲୁଟି ନେଇ ଅମାନୁଷିକ ଭାବେ ମାଡ଼ ମରାଯାଇଥିବା କହିଛନ୍ତି ଶ୍ରମିକ । ଶ୍ରମିକମାନେ କାନ୍ଦି କାନ୍ଦି ନିର୍ଯାତନାର କାହାଣୀ କହିବା ସହ ନ୍ୟାୟ ଦାବି କରିଛନ୍ତି ।
Also read: ପୁଣି ଦାଦନ ଦୁଃଖ : ତାମିଲନାଡୁରେ ଓଡ଼ିଶା ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ