ବାଲେଶ୍ଵର: ବାଲେଶ୍ଵର ସହଦେବ ଖୁଣ୍ଟା ଥାନାରେ ବର କନିଆ ଅଟକ । ବିବାହ ପରେ ଥାନାରେ ଅଟକ ରହିଲେ ନବ ଦମ୍ପତି । ବାଲେଶ୍ଵର ବାଲିଆ ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ସହ ଜଣେ ୨୦ ବର୍ଷୀୟ ଯୁବତୀ କଥା ହେଉଥିବା ବେଳେ ସ୍ଥାନୀୟ ଲୋକେ ଧରି ବିବାହ କରାଇ ଦେଇଥିଲେ । ତେବେ ଯୁବତୀ ଜଣକ ନାବାଳିକା ସନ୍ଦେହରେ ପୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳକୁ ଯାଇ ଉଭୟ ବର ଓ କନ୍ୟାକୁ ଥାନାକୁ ଉଠାଇ ଆଣିଛି । ବ୍ୟକ୍ତି ଜଣକ ବାଲେଶ୍ଵର ପୋଲିସ ଲାଇନ୍ ଛକରେ ଅଟୋ ଚଳାଉ ଥିବା ବେଳେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ।
ତେବେ ଗତକାଲି ଯୁବତୀଙ୍କ ଘର ବାଲିଆ ନିକଟରେ ବ୍ୟକ୍ତି ଜଣକ କଥା ହେଉଥିବା ବେଳେ ଲୋକେ ଉଭୟଙ୍କୁ ବାହା କରାଇ ଦେଇଥିଲେ । ଯୁବତୀଙ୍କ ଜନ୍ମ ପ୍ରମାଣ ପତ୍ର ,ସାର୍ଟିଫିକେଟ କିମ୍ବା ଆଧାର କାର୍ଡ ନଥିବାରୁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ସେହିଭଳି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଯୁବତୀ ଜଣକ ସାବାଳିକା । ସହଦେବ ଖୁଣ୍ଟା ଥାନାରେ ଉଭୟ ବର ଓ କନ୍ୟା ଅଟକ ରହିଛନ୍ତି ।
ଆହୁରି ପଢନ୍ତୁ : ମହଙ୍ଗା ପଡ଼ିଲା ଖଣ୍ଡା ଧରି ରିଲ୍ସ କରିବା, ବନ୍ଧା ହେଲେ ୩ ଯୁବକ