ବିବାହ ସାରି ବିଦା ହେବାବେଳେ କାନ୍ଦି କାନ୍ଦି ଚାଲିଗଲା ନବ ବଧୂର ଜୀବନ

ସୁବର୍ଣ୍ଣପୁର: କାନ୍ଦି କାନ୍ଦି ଚାଲିଗଲା ଜୀବନ। ବିବାହ ସାରି ବିଦାୟୀ ବେଳେ ହତାଠ୍‌ ଚାଲିଗଲା ନବ ବଧୂର ଜୀବନ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ବିନିକା ଥାନା ଜୁଲୁଣ୍ଡା ଗାଁରେ। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଯୁବତୀଙ୍କ ମୃତ୍ୟୁ ହୋଇଛି ।

ଖବର ମୁତାବକ ବିନିକା ବ୍ଳକ୍ ଜୁଲୁଣ୍ଡା ଗାଁର ସ୍ବର୍ଗତ ମୁରଲିଧର ସା’ଙ୍କ ଝିଅ ରୋଜି ସା’ଙ୍କର ନିଜ ବାସଭବନରେ ଗତକାଲି ବିବାହ ଘର ଅନୁଷ୍ଠିତ ହୋଇଥିଲା। ତେବେ ଆଜି ସକାଳେ ବିଦା ହେବା ସମୟରେ କାନ୍ଦି କାନ୍ଦି ଅଚାନକ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ। ଏହାପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଏକ ଦୁଃଖଦ ଘଟଣା ପରେ ଉଭୟ ପରିବାରରେ ଶୋକର ଛାୟା ଖେଳିଯାଇଛି।