ଯୌତୁକ ଜୁଇରେ ନବବଧୂ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ପଦ୍ମପୁର: ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ । ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ଲହଙ୍ଗୀର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଲହଙ୍ଗୀର ଗାଁର ଗୁଣନିଧି ବେଣ୍ଟକାରଙ୍କ ପୁଅ ଧ୍ରୁବ ବେଣ୍ଟକାରଙ୍କ ସହ ଯାମପାଲିର ଜଗତରାମ ବରିହାଙ୍କ ଝିଅ ପ୍ରତିମା ବରିହାଙ୍କର ବିବାହ ଗତ ମାର୍ଚ୍ଚ ମାସ ୨୬ ତାରିଖ ଦିନ ହୋଇଥିଲା । ବିବାହ ପରଠୁ ଯୌତୁକ ପାଇଁ ବାରମ୍ବାର ଶାଶୂ ଘର ଲୋକେ ହଇରାଣ କରୁଥିବା ଅଭିଯୋଗ ହେଉଥିଲା ।
ଗତକାଲି ଝିଅର ମୃତ୍ୟୁ ଖବର ପାଇଥିଲେ ପରିବାର ଲୋକ। ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରୁଥିବା ବେଳେ , ଶାଶୂ ଘର ଲୋକ ଜୀବନ ହାରିଥିବା କହୁଛନ୍ତି । ଜଗଦଳପୁର ଥାନାରେ ମାମଲା ରୁଜୁ କରି ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଇଛି ।
ଆହୁରି ପଢ଼ନ୍ତୁ : ସାମାନ୍ୟ ବଚସା: ଘରୁ ଡାକି ନେଇ ନେଇ ଯୁବକଙ୍କୁ ଛୁରୀ ଭୁସି ନିର୍ମମ ହତ୍ୟା