ଯୌତୁକ ପାଇଁ ଭଉଣୀକୁ ମାରି ଟାଙ୍ଗି ଦେଲେ ଶାଶୁ ଘର ଲୋକେ, ଏମିତି ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହେଲା ଭାଇ

ମାହାଙ୍ଗା(କେନ୍ୟୁଜ୍‌): ପୁଣି ବଧୂ ହତ୍ୟା ଅଭିଯୋଗ। ଯୌତୁକ ପାଇଁ ଭଉଣୀଙ୍କୁ ତାର ଶାଶୁ ଘର ଲୋକେ ମାରି ଟାଙ୍ଗି ଦେଇଥିବା ନେଇ ଅଭିଯୋଗ ଆଣିଲେ ମୃତକଙ୍କ ଭାଇ । ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଅଞ୍ଚଳରେ । ଏହି ଗ୍ରାମର ରମେଶ ବେହେରା ଗତ ୪ ବର୍ଷ ତଳେ ସମସରପୁର ଗ୍ରାମର ଭରତ ଦଳାଇଙ୍କ ଝିଅ କୁନ୍ତୀ ଦଳାଇଙ୍କୁ ବିବାହ କରିଥିଲେ । ବିବାହାର କିଛି ଦିନ ପରେ ତାଙ୍କ ଶାଶୁ ଘର ଲୋକେ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇଆସୁଥିଲେ ।

ଆଜି ସ୍ୱାମୀ , ଶାଶୁ , ଏବଂ ନଣନ୍ଦ ମିଶି ତାଙ୍କୁ ମାରି ଟାଙ୍ଗି ଦେବାପରେ ଆତ୍ମହତ୍ୟାର ରୂପ ଦେଇଥିବା କଥା ମୃତକର ଭାଇ ଅଭିଯୋଗ ଆଣିଛନ୍ତି । ଅନ୍ୟ ପଟରେ ଠାକୁର ପୂଜାକୁ କେନ୍ଦ୍ର କରି ଘରୋଇ କଳିରୁ କୁନ୍ତୀ ଦଳାଇ ନିଜେ ଆତ୍ମହତ୍ୟା କରିଥିବା ନେଇ ଶାଶୁ ଘର ଲୋକେ କହିଛନ୍ତି । ଏ ନେଇ ମାହାଙ୍ଗା ପୋଲିସର ତଦନ୍ତ ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.