ଅଧାରୁ ବାହୁଡ଼ିଲା ବର, ପଶ୍ଚିମବଙ୍ଗରୁ ଓଡ଼ିଶା ପ୍ରବେଶ ପଥରେ କଡ଼ା ଚେକିଂ ଯୋଗୁଁ ଫେରିଗଲା ବର ଗାଡ଼ି

ଜଳେଶ୍ବର(କେନ୍ୟୁଜ୍):  ମହାମାରୀ କରୋନାର ଦ୍ବିତୀୟ ଲହର ଯୋଗୁଁ ଓଡିଶାରେ ଦୈନିକ ସଂକ୍ରମଣ  ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମବଙ୍ଗରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ ଟ୍ରିପଲ ମ୍ଯୁଟାଣ୍ଟ ଭୂତାଣୁ ସାଙ୍ଘାତିକ ରୂପ ଧାରଣ କରୁଥିବାରୁ ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ସମସ୍ତ ମୁଖ୍ଯ ରାସ୍ତା ଏବଂ ଗଳାବାଟକୁ ସିଲ କରାଯାଇଛି। ଏହା ସହ ଓଡିଶା ଏବଂ  ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଲକ୍ଷ୍ମଣନାଥ ତନଖି ଫାଟକରେ ପୋଲିସ ମୂତୟନ କରାଯିବା ସହ କଡାକଡି ଯାଞ୍ଚ କରା ଯାଉଛି। ପଶ୍ଚିମବଙ୍ଗରୁ ଆସୁଥିବା ଯାତ୍ରୀ ମାନଙ୍କର ଆରଟିପିସିଆର ନେଗେଟିଭ ରିପୋର୍ଟ ନଥିଲେ ୧୪ ଦିନ ପାଇଁ କ୍ବାରେଣ୍ଟାଇନରେ ରହିବା ବାଧ୍ଯତାମୂଳକ କରାଯାଇଛି।

ଏହି ଚେକିଂରେ ପଶ୍ଚିମବଙ୍ଗର ଦୁଇଟି ବର ଗାଡି ଓ ଗୋଟିଏ କନ୍ୟା ଗାଡ଼ି ଓଡିଶାକୁ ବିବାହ କରିବା ପାଇଁ ଆସିଥିବା ବେଳେ ପୋଲିସ ରାସ୍ତାରେ  ତିନୋଟି ଯାକ ଗାଡ଼ିକୁ ଅଟକାଇଛି। ଆରଟିପିସିଆର ନେଗେଟିଭ ରିପୋର୍ଟ ନଥିବାରୁ ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ଅଟକି ରହିଛି ଏହି   ଗାଡ଼ି। ଏପଟେ ଦୁଇଟ ବର ଗାଡ଼ିକୁ କନ୍ଯା ଘର ପକ୍ଷ ବାଲେଶ୍ବରରେ  ଅପେକ୍ଷା କରି ବସି ରହିଛନ୍ତି।

ସୂଚନା  ଅନୁଯାୟୀ ପଶ୍ଚିମବଙ୍ଗର ଦାନ୍ତୁନ ଅଞ୍ଚଳର ଜଣେ ବର ବାଲେଶ୍ବର  ଜିଲ୍ଲା ବାରବାଟି ଅଞ୍ଚଳର କନ୍ଯାକୁ ବିବାହ କରିବାର ଥିଲା । ଅନ୍ଯ ବର ଜଣକ ଖଡଗପୁର ଅଞ୍ଚଳର ।  ସେ  ପାରାଦ୍ବିପ ଅଞ୍ଚଳର କନ୍ଯାକୁ ବିବାହ କରିବାର କାର୍ଯ୍ଯକ୍ରମ  ଥିଲା।

ସେହିଭଳି କନ୍ଯା ଜଣକ ବିବାହ ପାଇଁ ବସ୍ତା ଥାନା ଅନ୍ତର୍ଗତ ରାଜଘାଟର ଏକ ମନ୍ଦିରକୁ ଯିବାର ଥିଲା କିନ୍ତୁ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ କଡା ଚେକିଂ ଯୋଗୁଂ ଓଡିଶାକୁ ପ୍ରବେଶ  ନକରି ପାରି  ପଶ୍ଚିମବଙ୍ଗକୁ ଫେରି ଯାଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.