ନିର୍ମାଣଧୀନ ହାଇଲେବଲ କେନାଲ ପୋଲର ଛାତ ଭୁଶୁଡ଼ିଲା

ଯାଜପୁର (କେନ୍ୟୁଜ୍) : ଭୁଶୁଡ଼ିଲା ହାଇଲେଭଲ କେନାଲ ଉପରେ ନିର୍ମାଣଧୀନ ପୋଲର ଛାତ। ଯାଜପୁର ଜିଲ୍ଲା ପାଣିକୋଇଲି ପୂର୍ତ୍ତ ବିଭାଗ ଅଧୀନ ଧର୍ମଶାଳା ରାଶୋଳ ଠାରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟକଳରେ ତିନି ସ୍ପାନ ବିଶିଷ୍ଟ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିଲା। ମଧ୍ୟାହ୍ନରେ କାମ ହୋଇଥିବା ଏହି ଛାତ କେଇ ଘଣ୍ଟାରେ ଭୁଶୁଡ଼ି ପଡିବା ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିମ୍ନମାନର କାମ କରାଯାଉଥିବାରୁ ନିର୍ମାଣର ମାତ୍ର କିଛି ସମୟ ପରେ ଏହା ଭୁଶୁଡ଼ି ପଡିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ କରାଯାଇ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।

Leave A Reply

Your email address will not be published.