ଭାଙ୍ଗିଲା ଲୋଟସ ପୋଲ: ଅଳ୍ପକେ ବର୍ତ୍ତିଲେ ହାଇୱା ଡ୍ରାଇଭର

bridge coolapseଝାରସୁଗୁଡ଼ା: ବଂଜରି ପଞ୍ଚାୟତ ଅନ୍ତର୍ଗତ ଝାରସୁଗୁଡ଼ା-ସୁନ୍ଦରଗଡ଼ ଜିଲ୍ଲାକୁ ସଂଯୋଗ କରୁଥିବା ଲୋଟସ ପୋଲଟି ଭାଙ୍ଗିଯାଇଛି। ଫଳରେ ବେଲପାହାଡ ଓ ହେମଗିରି ମଧ୍ୟରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗତକାଲି ରାତି ପ୍ରାୟ ୧୦ଟାବେଳେ ଏକ ଚିପ୍ସ ବୋଝେଇ ଗାଡି ବ୍ରିଜ ଉପରେ ଯାଉଥିବାବେଳେ ପୋଲଟି ହତାଠ୍ ଭାଙ୍ଗିଯାଇଥିଲା। ଫଳରେ ଗାଡିଟି ତଳକୁ ଖସିପଡିଥିଲା। ତେବେ ହାଇୱା ଡ୍ରାଇଭର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଲଖନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ଯୋଗେ ଡ୍ରାଇଭର ଓ ହାଇଓ୍ଵାକୁ ଉଦ୍ଧାର କରିଛି। ପୋଲ ଭାଙ୍ଗିଯିବାରୁ ଯାତ୍ରୀବାହୀ ବସ୍ ସବୁ ଅଟକି ରହିଛି। ଏହି ପୋଲଟି ବେଲପାହାଡ ଓ ଏମ୍ସିଏଲ୍ ବସୁନ୍ଧରା ଖଣିକୁ ସଂଯୋଗ କରୁଥିବାରୁ ମାଲ ପରିବହନ ମଧ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ନିମ୍ନମାନର କାମ ଯୋଗୁଁ ପୋଲଟି ଭାଙ୍ଗି ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.