ସରକାରୀ ଚାକିରି ଦେବାକୁ କହି ଠକୁଥିବା ଦଲାଲ ଗିରଫ, ୧୨ ଲକ୍ଷ ଟଙ୍କା ଠକେଇ କରିଥିଲେ

ଭୁବନେଶ୍ୱର : ସରକାରୀ ଚାକିରି ଦେବାକୁ କହି ଠକୁଥିବା ଦଲାଲ ଗିରଫ । ଭୁବନେଶ୍ବର ଲୋକସେବା ଭବନ ଆଗରୁ ଦଲାଲକୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ଦଲାଲ ବ୍ୟାସଦେବ ରଣା ଗିରଫ ହୋଇଛି । ନିଜକୁ ପଞ୍ଚାୟତିରାଜ ବିଭାଗର ଅଧିକାରୀ ଥିବା ଲୋକଙ୍କୁ କହୁଥିଲା ।
ଏହା ସହ ନିଜର ଆଇଡି କାର୍ଡ ବି ଦେଖାଉଥିଲା। ଲୋକସେବା ଭବନରେ ଚାକିରି କରଇ ଦେବାକୁ କହି ପୂର୍ଣ୍ଣଚନ୍ଦ୍ର ପରିଡ଼ା ନାମକ ବ୍ୟକ୍ତିଙ୍କ ଠାରୁ ପ୍ରାୟ ୧୨ଲକ୍ଷ ଟଙ୍କା ଠକେଇ କରିଥିଲେ। ପରେ ଆଉ ତାଙ୍କୁ ଧରାଛୁଆଁ ଦେଇନଥିଲା ।
ଏନେଇ ପୂର୍ଣ୍ଣଚନ୍ଦ୍ର କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ଆଜି ବ୍ୟାସଦେବଙ୍କୁ ଲୋକସେବା ଭବନ ଆଗରୁ ଗିରଫ କରିଛି ପୋଲିସ । ତାଙ୍କ ଠାରୁ ନକଲି ସେକ୍ସନ ଅଫିସର ଆଇଡି କାର୍ଡ ଜବତ ହୋଇଛି । ଦଲାଲ ବ୍ୟାସଦେବଙ୍କ ଘର କଳାହାଣ୍ଡିରେ ହୋଇଥିବା ବେଳେ ଗତମାସ ଧରି ସେ ଭୁବନେଶ୍ବରରେ ରହୁଥିବା ଜଣାପଡ଼ିଛି ।