ବର୍ଷା ଦେଲା ଦୁଃଖ: ମାଟି କାନ୍ଥ ପଡ଼ି ଭାଇ ଭଉଣୀ ମୃତ

ଉଦଳା(କେନ୍ୟୁଜ୍):  ଉଦଳାରେ  ଅତି ଦୁଃଖଦ ଘଟଣା। କାନ୍ଥ ପଡି ଭାଇ ଭଉଣୀଙ୍କ ମୃତ୍ୟୁ।   ଅଳ୍ପକେ ବର୍ତିଲେ ୩ ବର୍ଷର ଶିଶୁ ପୁତ୍ର ଏବଂ ମା। ଏଭଳି ଘଟଣା ଘଟିଛି ଉଦଳା ଥାନା ରାଇଡାହୀ ଗ୍ରାମରେ। ରାଇଡାହୀ ଗ୍ରାମର ତୁଳସୀ ସିଂ ନିଜର ଗୋଟିଏ ଝିଅ ଏବଂ ୨ ପୁଅଙ୍କ ସହିତ ଘରେ ଶୋଇଥିଲେ। ହଠାତ ଲଗାଣ ବର୍ଷା କାରଣରୁ କାନ୍ଥ ମଧ୍ୟରାତ୍ରିରେ ଭୁଶୁଡି ପଡିଥିଲା। ଆଉ କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ ୩ ଶିଶୁ।

ତେବେ ତୁଳସୀ କେବଳ ସାନ ପୁଅକୁ ଉଦ୍ଧାର କରିଥିବା ବେଳେ ୮ ବର୍ଷର ବଡ଼ ଝିଅ ଯଶୋଦା ସିଂ ଏବଂ ୬ ବର୍ଷର ପୁଅ ଜ୍ୟୋତି ଶଙ୍କର କାନ୍ଥ ତଳେ ଚାପି ହୋଇ ରହିଥିଲେ। ପରେ ତୁଳସୀ ପାଟି କରିବାରୁ ସ୍ଥାନୀୟ ଲୋକେ ଆସି ଦୁଇ ଶିଶୁଙ୍କୁ ଉଦ୍ଧାର କରି ଉଦଳା ଡାକ୍ତରଖାନାକୁ ଆଣିଥିଲେ । କିନ୍ତୁ ଡାକ୍ତର ସେମାନଙ୍କୁ  ମୃତ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.