ନୟାଗଡ଼ : ନଦୀରେ ବୁଡି ଭାଇ ଭଉଣୀ ମୃତ

ନୟାଗଡ଼ (କେନ୍ୟୁଜ): ଅଘଟଣ। ନଦୀରେ ବୁଡି ଭାଇ ଭଉଣୀ ମୃତ ।  ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁସିଆପଡା ଗାଁରେ ଅଭାବନୀୟ ଘଟଣା । ଗାଁର ଦ୍ୟୂତୀକୃଷ୍ଣ ସେଠୀଙ୍କ ନାବାଳକ ପୁଅ ଝିଅଙ୍କ ମୃତ୍ୟୁ ହୋଇଛି l ଆଜି ସକାଳେ କୁସୁମୀ ନଦୀକୁ ଭାଇ ଭଉଣୀ ଗାଧୋଇବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ । ଏହି ସମୟରେ ହଠାତ୍ପା ଣିରେ ଭାଇ-ଭଉଣୀ ବୁଡିଯାଇଥିଲେ । ହେଲେ ସେଠାରେ ଉପସ୍ଥିତ ଥିବା ଲୋକେ ଉଭୟଙ୍କୁ ପାଣିରୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଇଟାମାଟି ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଛି ।

Leave A Reply

Your email address will not be published.