କେନ୍ଦ୍ରାପଡାର ଗୋବିନ୍ଦପୁର ଗାଁରେ ଅଘଟଣ: ସାପ କାମୁଡ଼ାରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଅଘଟଣ। ଗତକାଲି ବିଳମ୍ବିତ ରାତିରେ ସୋଇଥିବା ବେଳେ ସାପ କାମୁଡ଼ାରେ ଗୋବିନ୍ଦପୁର ଗାଁର ଅରୁଣ କୁମାର ଦାଶଙ୍କର ୧୧ବର୍ଷର ପୁଅ ଅଭିଷେକ ଓ ୩ବର୍ଷର ଝିଅ ଭୂମିକାର ମୃତ୍ୟୁ ଘଟିଛି। ମୃତକ ୨ଜଣ ଶିଶୁ ସମ୍ପର୍କରେ ଭାଇ ଭଉଣୀ।

ସୂଚନା ଅନୁଯାୟୀ ଗତକାଲି ରାତିରେ ନିତ୍ୟକର୍ମ ସାରିବା ପରେ ମାଙ୍କ ପାଖରେ ଅଭିଷେକ ଓ ଭୂମିକା ଶୋଇଥିଲେ। ହେଲେ ବିଳମ୍ୱିତ ରାତିରେ ପ୍ରଥମେ ଅଭିଷେକର ହାତକୁ ସାପ କାମୁଡି ଥିଲା। ଅଭିଷେକ ଚିତ୍କାର କରିବାରୁ ଘର ଲୋକେ ଉଠିପଡ଼ିଥିଲେ। ଦେଖିବା ବେଳକୁ ସାପଟି ନିକଟରେ ଖେଳୁଛି ଏବଂ ଅଭିଷେକର ହାତରୁ ରକ୍ତ ବାହାରୁଛି।

ଚିକିତ୍ସା ପାଇଁ ପ୍ରଥମେ ଅଭିଷେକକୁ  ଯାଜପୁର ହସ୍ପିଟାଲ ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସେହିପରି ତିନି ବର୍ଷର ଝିଅ ଭୂମିକା ମଧ୍ୟ ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଯାହାକୁ ନେଇ ଗୋବିନ୍ଦପୁର ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.