ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ପୋଲିସ ସାମ୍ନାରେ ବଡ଼ ଭାଇକୁ ଗୋଡେଇ ଗୋଡେଇ ହାଣିଲା ସାନ ଭାଇ

ଭୁବନେଶ୍ୱର (କେନ୍ୟୁଜ): ଓଲ୍ଡଟାଉନ ଅଞ୍ଚଳ ପୁଣି ବୁଲିଲା ଖଣ୍ଡା। ଦିନ ଦ୍ୱିପହରରେ ଭାଇକୁ ଭାଇର ଆକ୍ରମଣ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ପୋଲିସ ଉପସ୍ଥିତିରେ ବଡ଼ ଭାଇକୁ ଗୋଡେଇ ଗୋଡେଇ ହାଣିଲା ସାନ ଭାଇ। ଏନେଇ ଥାନାରେ ଏତଲା ହୋଇଛି । ଘଟଣାରେ ପୋଲିସ ମାଡ଼ ଖାଇ ନୀରବ ରହିଛି ।

ସୂଚନା ଅନୁଯାୟୀ ପ୍ରଥମେ ଘର ଭିତରେ ପଶି ଭାଉଜ ଓ ଭାଇକୁ ଆକ୍ରମଣ କରିଥିଲେ ଶକ୍ତିକାନ୍ତ ବଡୁ । ଅନ୍ୟ ଜଣେ ଭାଇ ,ଲୁହା ଖଣ୍ଡ, ପଞ୍ଚ ମୁଖି ଧାରୁଆ ଅସ୍ତ୍ର ଧରି ଘର ଦୁଆର ମୁହଁକୁ ଆସି ଆକ୍ରମଣ କରିଥିଲେ। ଦିପୁନା ବଡୁକୁ ଆକ୍ରମଣ କରି କହୁ ଲୁହାଣ କରିଲା ପରେ ମେଡିକାଲ ରେ ଚିକିତ୍ସା ଧିନ ଅଛନ୍ତି। ପୋଲିସ ଛଡ଼ାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.