ଭଦ୍ରକରେ ମାଆ ଓ ଭଉଣୀଙ୍କୁ ମାଡ ମାରିଲା ବଡ ଭାଇ

ଭଦ୍ରକ : ଜମିରେ ଚାଷ ନକରାଇଦେବା ପାଇଁ ନିଜର ମାଆ ଓ ଭଉଣୀଙ୍କୁ ମାଡ ମାରିଲା ବଡ ଭାଇ। ଏମିତି ଅଭିଯୋଗ ହୋଇଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରେ। ଆଉ ଏମିତିକା ଅଭିଯୋଗ ଆଣିଛନ୍ତି ନିଜ ବଡ ଭାଇ ନାଁରେ ଭଉଣୀ। ଅଭିଯୋଗ ମୁତାବକ ଚାନ୍ଦବାଲି ଥାନା ଖେରଙ୍ଗ ଗାଁର ରେଣୁକା ମାଝୀ ନିଜ ବାପା ଚାଷ କରୁଥିବା ବିଲରେ ଭାଗ ଚାଷ ପାଇଁ ସୁବାଷ ମାଝୀ ନାମକ ବ୍ୟକ୍ତିଙ୍କୁ ଦେଇଥିଲେ। ହେଲେ ଉକ୍ତ ବିଲରେ ଚାଷ କରୁଥିବାରୁ ମୁଁ କରିବି ବୋଲି କହି ଚାଷ କାର୍ୟ୍ୟ ଆରମ୍ଭ କରିଥିଲେ ରେଣୁକା। ହେଲେ ବଡଭାଇ ଗଜେନ୍ଦ୍ର ମାଝୀ ଓ ଭାଉଜ ରୂପା ମାଝୀ ଏହାକୁ କେନ୍ଦ୍ର କରି ଭଉଣୀ ଓ ତାର ମାଆକୁ ବିଲରେ ଗଡେଇ ପଡେଇ ମାଡ ମାରିଥିବାର ଅଭିଯୋଗ କରିଛନ୍ତି ରେଣୁକା ମାଝୀ। ତେବେ ଆକ୍ରମଣରେ ଆହତ ହୋଇଥିବାରୁ ରେଣୁକା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସିତ ହୋଇ ଘରକୁ ପେରିଛନ୍ତି। ତେବେ ଥାନାରେ ଲିଖିତ ଅଭିଯୋଗ ପରେ ଏ ବାବଦରେ ଏକ ମାମଲା କରି ପୋଲିସ ତଦନ୍ତ କରୁଥିବାର ପ୍ରକାଶ କରିଛି।