ସୋର : ବାହାରିନରେ ଜଣେ ଓଡ଼ିଆ ଯୁବକଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସୂଚନା ଯେ ଯୁବକ ଜଣ ହେଲେ ବାଲେଶ୍ବର ଜିଲ୍ଲା ସବିରା ଅଞ୍ଚଳର ଗୋବିନ୍ଦ ସେଠୀଙ୍କ ୨୦ବର୍ଷୀୟ ପୂଅ କରୁଣାକର ସେଠୀ । ସେ ଦୁଇ ବର୍ଷ ତଳେ ଏକ ଠିକା ଶ୍ରମିକ ଦ୍ଵାରା ବାହାରିନ କୁ ଯାଇଥିଲା ଚାକିରି କରିବା ପାଇଁ । ସେଠାର ଗତ ମାସ ଏଗରୀମେଣ୍ଟ ସରିଗଲା ପରେ କମ୍ପାନୀ ବାହାର କରିଦେଲା । କମ୍ପାନୀ ବାହାର କରିବା ପରେ କାମ ନଥିବାରୁ ପ୍ରାୟ ୨୦ ଜଣ ଓଡ଼ିଆ ଯୁବକ ଫସି ରହିଥିଲେ ।
ବାହାରିନ ର ଓଡ଼ିଆ ସମାଜସେବୀ ସୁବାସ ସାହୁଙ୍କ ନେତୃତ୍ୱରେ ସେମାନଙ୍କୁ ଓଡ଼ିଶା ପଠାଇବା ପାଇଁ ବ୍ୟବସ୍ଥା ହୋଇଥଲା । କିନ୍ତୁ ଗତକାଲି କିଛି ଯୁବକ ଓଡ଼ିଶା ଫେରିଛନ୍ତି । ହେଲେ ଆଜି କରୁଣା କର ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସୁବାସ ସାହୁଙ୍କ ନେତୃତ୍ୱରେ କମ୍ପାନୀ ସହ ଯୋଗାଯୋଗ କରିବ ସହ କରୁଣା କର ର ଶବକୁ ଓଡ଼ିଶା ପଠାଯିବ ।
ଗୋଟାଏ ପରିବାର ଦୁଇ ଭାଇ ହାତ ଧରା ଧରି ହୋଇ ଆରପାରିକୁ ଚାଲିଗଲେ । ହଁ ଆଜ୍ଞା ଏ ଘଟଣାଟି ଘଟିଛି ସୋର ରେ । ବ୍ରାହ୍ମଣ ସବିରା ଗ୍ରାମର କରୁଣାକର ସେଠୀ ବାହାରେନିରେ ଥିବା ଏକ ହୋଟେଲରେ କାର୍ଯ୍ୟ କରନ୍ତି । ଗତକାଲି କରୁଣାକର ସେଠୀ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ବଡ ଭାଇ ରବୀନ୍ଦ୍ର ୁଙ୍କ ପୁଅ ହେଉଛନ୍ତି ନୀତିଶ । ଯେତେବେଳେ ସାନ ଭାଇ କରୁଣାକର ଙ୍କ ମୃତ୍ୟୁ ଖବର ପୁତୁରା ନିତିଶ ବାପା ରବିନ୍ଦ୍ରଙ୍କୁ ଜଣାଇଥିଲା । ଏ ଦୁଃଖଦ ଖବର ଶୁଣି କରୁଣାକରଙ୍କ ବଡଭାଇ ରବୀନ୍ଦ୍ରଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଏହି ଖବର ଶୁଣିଲା ପରେ ରବିନ୍ଦ୍ରଙ୍କର ହାର୍ଟ ଆଟାକରେ ମୃତ୍ୟୁ ହୋଉଯାଇଥିଲା । ଗୋଟିଏ ପରିବାରରେ ଦୁଇ ଭାଇଙ୍କ ମୃତ୍ୟୁ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି l ବାହାରିନରେ ମୃତ୍ୟୁ ହୋଇଥିବା କରୁଣାଙ୍କ ଶବ ଦୁଇଦିନ ପରେ ଓଡିଶାରେ ପହଞ୍ଚିବ।