ପ୍ରଜ୍ଞା ପରମିତା ମୃତ୍ୟୁ ଘଟଣା, ଭଉଣୀକୁ ମନେ ପକାଇ ହାତରେ କଳା ଫିତା ବାନ୍ଧିଲା ଭାଇ

ଭୁବନେଶ୍ୱର(କେ ନ୍ୟୁଜ): କ୍ଯାନ୍ସର କହି ଘରୁ ତଡିବା ପରେ ନବ ବଧୂଙ୍କ ଆତ୍ମହତ୍ୟା ଘଟଣା । ରାଖୀ ପୁର୍ଣିମାରେ ଭଉଣୀକୁ ମନେ ପକାଇ ହାତରେ କଳା ଫିତା ବାନ୍ଧିଲା ଭାଇ । ମୃତ ପ୍ରଜ୍ଞା ପରମିତା ସାହୁ ଥିଲେ ତିନି ଭାଇଙ୍କ ଗୋଟିଏ ଭଉଣୀ । ପ୍ରଜ୍ଞା ପରମିତା ସାହୁଙ୍କ ମୃତ୍ୟୁକୁ ୬ ଦିନ ବିତି ଗଲାଣି ହେଲେ ପୋଲିସ ଅଭିଯୁକ୍ତ ବିରୋଧରେ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରୁନି । ସେପଟେ ପୋଲିସ ପୋଷ୍ଟ ମୋଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ |କିନ୍ତୁ ଏଯାଏଁ ମୃତ ପ୍ରଜ୍ଞା ଙ୍କ ଶଶୁର ଘର ଲୋକେ ଓ ସ୍ୱାମୀଙ୍କୁ ଥାନାକୁ ଡାକି ପଚରା ଉଚରା କରୁନି ପୋଲିସ । ଅନ୍ୟ ପକ୍ଷରେ ପ୍ରଜ୍ଞା ପରମିତାଙ୍କ ଆସିଲା ଶବ ବ୍ୟବଛେଦ ରିପୋର୍ଟ ।

ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ । ଆସନ୍ତାକାଲି କମିଶନରେଟ ପୋଲିସକୁ ହସ୍ତାନ୍ତର ହେବ ରିପୋର୍ଟ । ରିପୋର୍ଟ ପାଇବା ପରେ ପ୍ରଜ୍ଞାଙ୍କ ଶ୍ବଶୁର ଘର ଲୋକଙ୍କୁ ଦିଆଯିବ ନୋଟିସ | ମଞ୍ଚେଶ୍ୱର ଥାନାରେ ୪୯୮ (ଏ), ୩୦୬ରେ ମାମଲା ରୁଜୁ କରିଛି ପୋଲିସ । ଖୁବଶୀଘ୍ର ଶ୍ବଶୁର ଘର ଲୋକଙ୍କୁ ପଚରାଉଚରା କରିବ ପୋଲିସ । ଦାନ୍ତବିନ୍ଧା ହେଉଥିବା ବେଳେ କ୍ୟାନ୍ସର କହି ପ୍ରଜ୍ଞାଙ୍କୁ ଘରୁ ତଡିଥିଲେ ଶ୍ବଶୁର ଘର ଲୋକ । ଯୌତୁକ ନିର୍ଯ୍ୟାତନା ନେଇ ମୁହଁ ଖୋଲିଥିଲେ ପ୍ରଜ୍ଞାଙ୍କ ପରିବାର ଲୋକେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.