ଭାଉଜକୁ ପଥରରେ ଛେଚି ହତ୍ୟା କଲା ଦିଅର, ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର

ମୃତକ ଭାଉଜ ମାମାଲି ପାଇକ ବୟସ ପାଖାପାଖି ୨୫ ବର୍ଷ ହେବ। ହତ୍ୟାକାରୀ ଦିଅର ସୁଶାନ୍ତ ପାଇକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି

ମୋହନା(କେନ୍ୟୁଜ୍): ଭାଉଜକୁ ପଥରରେ ଛେଚି ହତ୍ୟା କଲା ଦିଅର।  ଆର.ଉଦୟଗିରି ଚାଞ୍ଚଡାସାହି ଗ୍ରାମରେ ଘଟିଛି ଏହି ଘଟଣା।  ମୃତକ ଭାଉଜ ମାମାଲି ପାଇକ ବୟସ ପାଖାପାଖି ୨୫ ବର୍ଷ ହେବ। ହତ୍ୟାକାରୀ ଦିଅର ସୁଶାନ୍ତ ପାଇକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।  ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଅଭିଯୁକ୍ତ ଘର ପାଖରେ ପଥର ଛେଚି ହତ୍ୟା କରିଥିବା ସୂଚନା।  ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।