ବ୍ୟାବସାୟିକ ଶତ୍ରୁତାରୁ ଭାଇକୁ ହତ୍ୟା କଲା ଭାଇ : ୪ ଗିରଫ, ସୂଚନା ଦେଲେ ଝାରସୁଗୁଡ଼ା ଏସପି

ଝାରସୁଗୁଡ଼ା: ବ୍ୟାବସାୟିକ ଶତ୍ରୁତାରୁ ଭାଇକୁ ହତ୍ୟା କଲା ଭାଇ । ଏହି ଘଟଣାରେ ୪ ଗିରଫ । ଝାରସୁଗୁଡ଼ା ପୋଲିସ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨ଟି ବନ୍ଧୁକ ଓ ୧୮ଟି ଗୁଳି ଜବତ କରିଛି । ଏନେଇ ସାମ୍ବାଦିକ ସମ୍ମିଳନରେ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏସପି ।
ଦୁଇ ଭାଇ ଇମ୍ରାନ ଓ ଶାହିଲ ଝାରସୁଗୁଡ଼ା ମଙ୍ଗଳବଜାରରେ କୁକୁଡ଼ା ବ୍ୟବସାୟ କରନ୍ତି । ହେଲେ ବ୍ୟବସାୟକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଦେଖାଦେଇଥିଲା । ଦୁଇ ଜଣଙ୍କୁ ବୁଝାମଣା ପାଇଁ ଇମ୍ରାନ ଓ ଶାହିଲଙ୍କୁ ପରାମର୍ଶ ଦେଇଥିଲେ ତାଙ୍କ ସାଥିରେ ଥିବା ଇଜାଜ୍ । ଗତ ସୋମବାର ଇମ୍ରାନ ବେହେରାପାଟ ଠାରେ ଥିବା ଘରକୁ ଡ଼ାକି ଗୁଳି କରି ହତ୍ୟା କରିବା ପରେ ଭେଡେନ ନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ପରିବାରଲୋକେ ଥାନାରେ ଅଭିଯୋଗ କରିଥିଲେ । ଘଟଣା ଜଣାପଡିଯିବାରୁ ଇମ୍ରାନ ଓ ଇଜାଜ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲେ ।