କାଙ୍କଡ଼ ତୋଳିବାକୁ ଯାଇ ଭାଇର ମାଡରେ ଭାଇ ମୃତ

ଗଞ୍ଜାମ : କାଙ୍କଡ଼ ତୋଳିବାକୁ କେନ୍ଦ୍ର କରି ସାନ ଭାଇର ମାଡରେ ବଡ ଭାଇର ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଦ୍ମପୁର ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। କାଙ୍କଡ ତୋଲିବାକୁ ନେଇ ନାଥ ମଲିକ ଓ ଉଦୟ ମଳିକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାକୁ ନେଇ ସାନ ଭାଇ ଉଦୟ ଓ ତାଙ୍କ ପରିବାର ଲୋକ ବଡଭାଇ ନାଥ ମଲ୍ଲିକଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ନାଥଙ୍କୁ ଦିଗପହଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.