ଶୋଇଥିବା ବେଳେ ଭାଇ-ଭଉଣୀଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ମେଡିକାଲ ସ୍ଥାନାନ୍ତର

ଅନୁଗୁଳ: ଅନୁଗୁଳରେ ଭାଇ-ଭଉଣୀଙ୍କୁ ଗୁଳିମାଡ଼ । ଗୁଳିମାଡ଼ରେ ୧୩ ବର୍ଷର ଝିଅ ଓ ୯ ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି । ଅନୁଗୁଳ କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗାଁରେ ଫୁଟିଲା ଗୁଳି । ବାରଣ୍ଡାରେ ଶୋଇଥିବାବେଳେ ଭାଇ-ଭଉଣୀଙ୍କୁ ଗୁଳିମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।