ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ଭାଇ ଆକ୍ରମଣରେ ଗଲା ଭଉଣୀ ଜୀବନ

ଭଞ୍ଜନଗର : ଭାଇ ହାତରେ ଗଲା ଭଉଣୀ ଜୀବନ । ପାରିବାରିକ କଳହରୁ କରୁଣ ପରିଣତି । ଭଉଣୀକୁ ଛୁରୀ ଭୁଷି ହତ୍ୟା କଲା ଭାଇ । ଗଞ୍ଜାମ ଜିଲ୍ଲା ଆସିକା ଥାନା ରାଇପୋଲି ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ମୃତ ଭଉଣୀ ହେଲେ ଲକ୍ଷ୍ମୀ ମହାନ୍ତି । ଘଟଣା ପରେ ଅଭିଯୁକ୍ତ ଭାଇ ବାବାଜୀ ପାତ୍ର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପାରିପାରିକ କଳହକୁ କେନ୍ଦ୍ରକରି ଘଟଣା ଘଟିଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You might also like