୨୦ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ

ଜଳେଶ୍ୱର(କେନ୍ଯୁଜ୍) : ଜବତ ହେଲା ଧଳା ଜହର । ଜଳେଶ୍ୱର ଝଡେଶ୍ୱରପୁର ଶେଖ୍‌ ବାଦ୍‌ରୁ ଜବତ ହେଲା ୨୦୧ଗ୍ରାମ ବ୍ରାଉନ ସୁଗାର। ବ୍ରାଉନ୍‌ ସୁଗାର ଚୋରାଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଜଣକ ଶେଖ୍‌ ସୋମଥ ଉଲ୍ଲା। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ। ବ୍ରାଉନ୍‌ ସୁଗାର ଚୋରା ଚାଲାଣ ହେଉଥିବା ଖବର ପାଇ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା।