ଖୋର୍ଦ୍ଧାରେ ୧୨୫ଗ୍ରାମ ବ୍ରାଉନସୁଗାର ସହ ୫୦୦୦୦ ଟଙ୍କା ଜବତ,୩ ଗିରଫ

ଖୋର୍ଦ୍ଧା (କେ ନ୍ୟୁଜ୍) : ସହରର ବିଭିନ୍ନ ସ୍ଥାନରେ ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ସହ ଫ୍ଲାଏିଂ ସ୍କ୍ବାର୍ଡ ଚଢ଼ାଉ କରିଛି। ସେଠାରେ ସେ ୩ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୨୫ଗ୍ରାମ୍ ବ୍ରାଉନସୁଗାର ଜବତ କରିବା ସହ ୫୦୦୦୦ ଟଙ୍କା ଜବତ କରିଛି।
ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ। ଅଭିଯୁକ୍ତ ମାନେ ହେଉଛନ୍ତି ବ୍ରୁନ୍ଦାବନ ପ୍ରଧାନ, ମିରଣ ସ୍ବାଇଁ ଏବଂ ସୌମ୍ୟ ନାୟକ। ସେମାନେ ଦୀର୍ଘଦିନ ଧରି ଏହି ବ୍ୟବସାୟ କରୁଥିବା ଜଣା ପଡିଛି।