ଜଳେଶ୍ୱର ଝଡେଶ୍ବରପୁର ବସ୍ତିରୁ ୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ , ଘଟଣାରେ ଜଣେ ଗିରଫ

ବାଲେଶ୍ୱର(କେନ୍ୟୁଜ୍) : ପୁଣି ଧଳା ଜହର ଜବତ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଝଡେଶ୍ବରପୁର ବସ୍ତିରୁ ୩୦ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ପଶ୍ଚିମବଙ୍ଗ ଖଡଗପୁରର ଅନୀଲ ଖଟେଇ। ବସ୍ତିରେ ବ୍ରାଉନସୁଗାର କାରବାର ଚାଲିଥିବା ଖବର ପାଇ ଜଳେଶ୍ୱର ଅବକାରୀ ବିଭାଗର ଏକ ୭ ଜଣିଆ ଟିମ୍‌ ଚଢାଉ କରିଥିଲା। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ । ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ଆଣି ଯୁବକ ଜଣକ ଉତ୍ତରଓଡ଼ିଶାରେ କାରବାର କରୁଥିଲା। ଗତ କିଛି ଦିନ ପୂର୍ବରୁ ମଧ୍ୟ ଝାଡେଶ୍ୱରପୁର ବସ୍ତିରେ ବ୍ରାଉନସୁଗାର କାରବାର ହେଉଥିବା ଖବର ପାଇ କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ଏକ ୧୨ଜଣିଆ ଟିମ୍‌ ଚଢାଉ କରିଥିଲା। ତେବେ ସେମାନଙ୍କୁ ନିଶା ବେପାରୀଙ୍କ ଆକ୍ରମଣର ଶୀକାର ହେବାକୁ ପଡିଥିଲା।