Below header

ଜଗତସିଂହପୁର ଆଳିପିଙ୍ଗଳ ଅଞ୍ଚଳରୁ ବିପୁଳ ମାତ୍ରାରେ ବ୍ରାଉନ ସୁଗାର ଜବତ, ୨ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ଅଞ୍ଚଳରୁ ବିପୁଳ ମାତ୍ରାରେ ବ୍ରାଉନ ସୁଗାର ଜବତ । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଆଳିପିଙ୍ଗଳରୁ ୨୦ ଗ୍ରାମ ଓ ପାଟେଣି ଗାଁ ନିକଟସ୍ଥ କୁସିଦାରୁ ୨୭ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି।

ଏହି ଦୁଇଟି ସ୍ଥାନରେ ଜିଲ୍ଲା ଅବକାରୀ ବିଭାଗ ଓ କଟକ ଫ୍ଲାଇଂ ସ୍କ୍ବାଡ୍ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା । ଏହି ସମୟରେ ମୋଟ ୪୭ ଗ୍ରାମ ବ୍ରାଉନ ସୁଗାର ଜବତ ହେବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଆଳିପିଙ୍ଗଳର ଦିବ୍ୟ ରଂଜନ ସେଠୀ ଓ ପାଟେଣି ଗାଁର ଦୀପକ କୁମାର ରାଉତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.