କାରରୁ ଜବତ ହୋଇଛି ୧୨ ଲକ୍ଷ ଟଙ୍କାର ଧଳା ଜହର

ବାଲେଶ୍ୱର (କେନ୍ୟୁଜ୍) : ଲକ୍ଷ ଲକ୍ଷ ଟଙ୍କାର ଧଳା ଜହର। ଏକ କାରରୁ ଜବତ ହୋଇଛି ୧୨୦ ଗ୍ରାମର ବ୍ରାଉନସୁଗାର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅବକାରୀ ବିଭାଗ ବ୍ରାଉନ ସୁଗାର ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି। ସମସ୍ତଙ୍କ ଘର ଭୁବନେଶ୍ୱର ହଂସପୁରା ଅଞ୍ଚଳର। ଜବତ ବ୍ରାଉନ ସୁଗାରର ମୂଲ୍ୟ ୧୨ଲକ୍ଷରୁ ଊର୍ଦ୍ଧ୍ୱ ହେବ। ପଶ୍ଚିମବଙ୍ଗରୁ ଜଳେଶ୍ୱର ବ୍ରାଉନ ସୁଗାର ଚୋରା ଚାଲାଣ ହେଉଥିବା ଖବର ପାଇ NH-60 ନିକଟ ଗାୟତ୍ରୀ ପେଟ୍ରୋଲ ପମ୍ପ ନିକଟରୁ ଅବକାରୀ ବିଭାଗ ଜବତ କରିଥିଲା।