ରାଜ୍ୟ

ଖୋର୍ଦ୍ଧାରୁ ୩ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ମହିଳା ବ୍ୟବସାୟୀ ଗିରଫ

ଖୋର୍ଦ୍ଧା(କେନ୍ଯୁଜ୍): ଖୋର୍ଦ୍ଧାରୁ ବ୍ରାଉନ ସୁଗର ଜବତ ସହ ମହିଳା ବ୍ୟବସାୟୀ ଗିରଫ । ଖୋର୍ଦ୍ଧା ଆଦର୍ଶ ଥାନା ସାମନ୍ତରାପୁର ସ୍ୱପ୍ନେଶ୍ୱର ସାହିରୁ ୩୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । କୌଣସି ସୁତ୍ରରୁ ଖବରପାଇ ଖୋର୍ଦ୍ଧା ଏସଡିପିଓ ସୁଶିଲ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ମହିଳା ବ୍ୟବସାୟୀ ସରୋଜିନୀ ଧଳକୁ ଗିରଫ କରିବା ସହିତ ନଗଦ ୫୨ ହଜାର ଟଙ୍କା ଜବତ କରିଥିଲା ପୋଲିସ । ତେବେ ବ୍ରାଉନ ସୁଗର କେଉଁଠୁ ଆସୁଥିଲା ସେନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ । ଜବତ ୩୦ ଗ୍ରାମ ବ୍ରାଉନସୁଗାରର ମୁଲ୍ୟ ତିନି ଲକ୍ଷ ହେବ ।

ତେବେ ପ୍ରାୟତଃ ସମୟର ଖୋର୍ଦ୍ଧାରୁ ବାରମ୍ବାର ବିପୁଳ ପରିମାଣର ଧଳା ଜହର ଜବତ କରାଯାଉଛି। ଅନେକ ବେପାରୀଙ୍କୁ ମଧ୍ଯ ଗିରଫ କରାଯାଉଛି । ରାଜ୍ଯ ତଥା ରାଜ୍ଯ ବାହାରେ ବର୍ତ୍ତମାନ ସମୟରେ ଏହି ଧଳା ଜହର ଚୋରା ବ୍ଯବସାୟ ଜୋରଦାର୍ ଚାଲିଛି। ଯେଉଁଥିରେ ବିଶେଷ କରି ଯୁବଗୋଷ୍ଠୀମାନେ ଫଶିଥିବାର ଜଣାପଡିଛି। ଏସବୁକୁ ରୋକିବାକୁ ପୋଲିସ୍ କଠୋର ନୀତି ଅବଲମ୍ବନ କରୁଛି ତଥାପି ପୋଲିସ୍ ଆଖିରେ ଧୂଳି ଦେଇ ନିଜର କଳାକାରନାମା ଜାରି ରଖିଛନ୍ତି ଚୋରା ବେପାରୀମାନେ।

ସୂଚନା ଥାଉକି, ନିକଟରେ ଜଳେଶ୍ୱରରୁ ଅଢେଇ କୋଟିର ବ୍ରାଉନସୁଗର ଜବତ କରାଯାଇଥିଲା। ଜଳେଶ୍ୱର ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉ ବେଳେ ବିପୁଳ ପରିମାଣର ଧଳା ଜହର ଜବତ କରାଯାଇଥିଲା। ଘଟଣାରେ ୩ ବେପାରୀଙ୍କୁ ଗିରଫ କରିଥିଲା ପୋଲିସ। ଖାଲି ସେତିକି ନୁହେଁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସାର୍ଥା ଗାଁରୁ ମଧ୍ଯ ବ୍ରାଉନସୁଗର ବେପାରୀକୁ ଗିରଫ କରାଯାଇଥିଲା । ଏହା ସହ ଏକ ଚୋରା ବନ୍ଧୁକ ଜବତ କରିଥିଲା ପୋଲିସ୍ । ଗିରଫ ଅଭିଯୁକ୍ତ ଥିଲା ସୁନୀଲ ଗୌଡ । ସୁନୀଲ ଗାଁ ଭିତରେ ପଶି ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରୁଥିବାବେଳେ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ସାର୍ଥା ଫାଣ୍ଡି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା ।

 

 

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ : ଆଜି ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇପାରେ । ଘରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ,…

56 mins ago

ଶ୍ରୀମନ୍ଦିର ପରିସରରେ ଥିବା କୂଅରେ ପଡିଲେ ଶ୍ରଦ୍ଧାଳୁ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର

ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ…

2 hours ago

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

4 hours ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

5 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

5 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

5 hours ago