STF କବ୍‌ଜାରେ ହାର୍ଡକୋର ପଳାତକ ଆନ୍ତରାଜ୍ୟ ବ୍ରାଉନସୁଗାର ବେପାରୀ ଲାଲା ମହମ୍ମଦ ଏସ୍‌.କେ

ଭୁବନେଶ୍ବର(କେନ୍ୟୁଜ୍):STF କବ୍‌ଜାରେ ହାର୍ଡକୋର ପଳାତକ ଆନ୍ତରାଜ୍ୟ ବ୍ରାଉନସୁଗାର ବେପାରୀ। ପଶ୍ଚିମବଙ୍ଗ ପୋଲିସ ସହାୟତାରେ ଅଭିଯୁକ୍ତ ଲାଲା ମହମ୍ମଦ ଏସ୍‌.କେ କୁ ଗିରଫ କରିଛି STF। ତା ନିକଟରୁ ୨୦୨୧ ଅକ୍‌ଟୋବର ୨୦ ତାରିଖରେ ୧କେଜି ୪୩ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା।

ସେବେଠାରୁ ହାର୍କୋଡ ଆନ୍ତରାଜ୍ୟ ବ୍ରାଉନସୁଗାର ବେପାରୀ ଫେରାର ଥିଲା। ପୂର୍ବରୁ ଗିରଫ ହୋଇଥିବା ବ୍ରାଉନସୁଗାର ବେପାରୀ ସଫିକୁଲ ଏସ୍‌.କେକୁ ପଚରାଉଚରା ବେଳେ ତଥ୍ୟ ସବୁ ମିଳିଥିଲା।