ପୋଲିସ ହାତରେ ଧରା ପଡିଲେ ବ୍ରାଉନ୍ସୁଗାର ବେପାରୀ, ଜବତ ହେଲା ୭୦ ହଜାରରୁ ଉର୍ଦ୍ଧ୍ବ ମୂଲ୍ୟର ଧଳାଜହର

ନୟାଗଡ(କେ ନ୍ୟୁଜ): ଦୀର୍ଘଦିନ ଧରି ବେଧଡ଼କ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳରେ ବ୍ରାଉନ ସୁଗାର ବିକ୍ରି ଚାଲୁଥିଲା । ଯାହା ଫଳରେ ପ୍ରତିଦିନ ଚାନ୍ଦପୁର ଅଞ୍ଚଳରେ କିଛିନା କିଛି ଅଘଟଣ ଘଟୁଥିଲା । କେତେବେଳେ ଦିବାଲୋକରେ ବଜାର ମଧ୍ୟରେ ଝାମ୍ପି ନେଉଥିଲେ ଟଙ୍କା ବ୍ୟାଗ ତ କେତେବେଳେ କାହାକୁ ଜାତୀୟ ରାଜପଥରୁ ଲୁଟ କରୁଥିଲେ ନିଶାସକ୍ତ ଯୁବକ । ସେହି ନିଶା ବେପାରୀଙ୍କୁ କାବୁ କରିବା ଚାନ୍ଦପୁର ପୋଲିସ୍ ପାଇଁ ଥିଲା ଏକ ବଡ ଚ୍ୟାଲେଞ୍ଜ । ଆଜି ଖୋର୍ଦ୍ଧା ଅଞ୍ଚଳର ଜଣେ ଯୁବକ ଏକ ସ୍କୁଟି ନେଇ ଆସିଥିଲେ ବ୍ରାଉନ ସୁଗାର ବିକ୍ରି ପାଇଁ ଚାନ୍ଦପୁର ଅଞ୍ଚଳକୁ । ଏହି ଖବର ବାବଦରେ ଚାନ୍ଦପୁର ପୋଲିସ୍ ବିଶେଷ ସୁତ୍ରରୁ ଖବର ପାଇବା ପରେ ଚାନ୍ଦପୁର ଥାନା ଅଧିକାରୀ ରଶ୍ମି ରଂଜନ ଦାସଙ୍କ

ନେତୃତ୍ୱରେ ମହିଳା ସବଇନସପେକ୍ଟର ଅଂଜଳୀ ସା, ଏଏସ୍ଆଇ ରମେଶ ବେହେରାଙ୍କ ସମେତ ଏକ ସ୍ଵତନ୍ତ୍ର ଏକ ଟିମ୍ ନାକିଠଣ‍ା ଫରେଷ୍ଟ ଚେକ୍ ଗେଟ୍ ନିକଟରେ ପୂର୍ବ ଯୋଜନା ଅନୁଯାୟୀ କାମ ଆରମ୍ଭ କରିଥିଲେ । କିନ୍ତୁ ବିଛା ଯାଇଥିବା ପୋଲିସ ଜାଲରେ ଆପେ ଆପେ ଧରା ଦେଲା ଧଳାଜହର ବେପାରୀ ପ୍ରକାଶ ନାୟକ । ତା ନିକଟରୁ ୭ ଗ୍ରାମ ଧଳ ଜହର ଜବତ କରିଵା ସହ ସ୍କୁଟିକୁ ମଧ୍ୟ୍ୟ ଜବତ କରିଛି ଦଳ । ଜବତ ଧଳାଜହର ଆନୁମାନିକ ମୂଲ୍ୟ ୭୦ ହଜାରରୁ ଉର୍ଦ୍ଧ ହେବ ବୋଲି ପୋଲିସ କହିଛି । ପ୍ରକାଶ ନାୟକକୁ ଗିରଫ କରି ଅଧିକା ତଥ୍ୟ ପାଇଁ ଅଧିକା ଜେରା କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.