ରାଜଧାନୀରୁ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ଗ୍ରାହକ ବେଶରେ ଯାଇ ମାଡ଼ି ବସିଲା। ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ। ସାଲିଆ ସାହିରୁ ୯୫ ଗ୍ରାମ ବ୍ରାଉନସୁଗର ଜବତ ସହ ଜଣେ ମହିଳାଙ୍କୁ ଗିରଫ କଲା ଅବକାରୀ ବିଭାଗ। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ।

ମହିଳାଙ୍କ ନିକଟରୁ ୩ ଶହରୁ ଅଧିକ ପୁଡିଆ ଜବତ କରିଛି ଅବକାରୀ ବିଭାଗ। ଗ୍ରାହକ ବେଶରେ ଯାଇ ମାଡ଼ି ବସିଥିଲା ଅବକାରୀ ଟିମ୍‌। ଗତକାଲି କଟକ ଲାଲବାଗ ଥାନା ପୋଲିସ ୧ କୋଟିରୁ ଅଧିକ ଟଙ୍କା ବ୍ରାଉନ ସୁଗାର ଜବତ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.