ପୁରୀ ବଳିଆପଣ୍ଡା ବାଇପାସ୍‌ ଅଞ୍ଚଳରେ ଚଢାଉ, ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

ପୁରୀ(କେନ୍ଯୁଜ୍): ପୁରୀ ପୋଲିସର ସ୍ପେଶାଲ ଡ୍ରାଇଭ୍‌କୁ ସଫଳତା । ଏସ୍‌ପିଙ୍କ ଏସଟିଏଫ୍‌ ଟିମ୍‌ ବଳିଆପଣ୍ଡା ବାଇପାସ୍‌ ଅଞ୍ଚଳରେ ଚଢାଉ କରି ୨୫୦ ଗ୍ରାମର ବ୍ରାଉନସୁଗର ଜବତ କରିଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨୫କ୍ଷ ଟଙ୍କା । ଏଥିରେ ସମ୍ପୃକ୍ତ ୫ଜଣ ଡିଲର ଓ ସପ୍ଲାୟରଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ବାଇକ୍‌, କାର୍‌ ସହ ୧୧ଟି ମୋବାଇଲ, ନଗତ ୫ ହଜାର ଟଙ୍କା ଓ ୨ଟି ଏଏଟିଏମ୍‌ କାର୍ଡ ଜବତ ହୋଇଛି।

ବିଭିନ୍ନ ସମୟରେ ଏସଟିଏଫ୍‌ ଟିମ୍‌ ଦ୍ବାରା ବିଭିନ୍ନ ସ୍ଥାନରୁ ବ୍ରାଉନସୁଗରର ଜବତ କରାଯିବା ସହ ଡିଲର ଓ ସପ୍ଲାୟରଙ୍କୁ ଗିରଫ କରାଯାଉଛି ।ତଥାପି ଦିନକୁ ଦିନ ବ୍ରାଉନସୁଗର ଚୋରା ଚାଲାଣ ବଢିବାରେ ଲାଗିଛି । ଖାଲି ପୁରୀ କାହିଁକି ଭଦ୍ରକ,ବାଲେଶ୍ବର,ଯାଜପୁର,ଖୋର୍ଦ୍ଧା,କଟକ ଆଦି ବିଭିନ୍ନ ସ୍ଥାନରୁ କୋଟି କୋଟି ଟଙ୍କାର ବ୍ରାଉନସୁଗର ଜବତ କରାଯାଇସାରିଲାଣି । କିନ୍ତୁ ଏମାନଙ୍କ ଚୋରା ବ୍ଯବସାୟ ଥମିବାର ନା ଧରୁନି । ଏହି ବେପାରୀ ମାନଙ୍କ ବିରୋଧରେ ଆହୁରୀ କଠୋର ଦଣ୍ଡ ବିଧାନ କରାଯିବାର ଆବଶ୍ଯକତା ରହିଛି।

ନିକଟରେ କଟକରୁ ପୁଣି ଜବତ ହୋଇଥିଲା ବ୍ରାଉନସୁଗର। ଦରଘା ବଜାର ଥାନା ଅଞ୍ଚଳର ଜେଲ୍‌ ପଡିଆରୁ ୨୬୮ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ଥିଲା । ୩ଟି ମୋବାଇଲ ସହ ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଥିଲା। ତା ସହ ଦୁଇଟି ବାଇକ୍‌ ଜବତ ହୋଇଥିଲା। ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

ସୂଚନା ଥାଉକି, ୨୦୨୧ ମସିହାରେ ୪ କେଜିରୁ ଅଧିକ ବ୍ରାଉନସୁଗର ଜବତ ହୋଇଛି। ୪ କୋଟିରୁ ଅଧିକ ଟଙ୍କାର ନିଶା ଦ୍ରବ୍ୟ ମଧ୍ୟ ଜବତ ହୋଇଛି। ୧୬ଟି ମାମଲାରେ ମୋଟ ୩୦ଜଣ ଗିରଫ ହୋଇଛନ୍ତି। ଏନେଇ ନିକଟରେ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଥିଲେ। ତେବେ ଏଦିଗରେ ପ୍ରଶାସନ ଆହୁରୀ ତତ୍ପର ହେବା ଉଚିତ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.