ପୁରୀ : ପୋଲିସ କବଜାରେ ବ୍ରାଉନସୁଗର ବେପାରୀ । ଅପରେସନ ଚକ୍ର ଅଭିଯାନରେ ପୁରୀ ପୋଲିସକୁ ବଡ଼ ସଫଳତା । ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ । ୪ଜଣ ବ୍ରାଉନ ସୁଗର ବ୍ୟବସାୟୀଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟଜଣେ ଫେରାର ଅଛି। ଅଭିଯୁକ୍ତଙ୍କ ଠାରୁ୧୫୧ ଗ୍ରାମ ବ୍ରାଉନ ସୁଗର ସହ ନଗଦ ୬ ଲକ୍ଷ ୩୦ ହଜାର ୭ ଶହ ଟଙ୍କା ଜବତ କରିଛି ପିପିଲି ଥାନା ପୋଲିସ । ସେମାନଙ୍କ ଠାରୁ ୭ ଟି ମୋବାଇଲ, ଗୋଟିଏ କାର, ଗୋଟିଏ ବୁଲେଟ ଏବଂ ୨ଟି ବାଇକ ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଏସପି ପ୍ରତୀକ ସିଂ ।
Also read :ପିଟି ପିଟି ମହିଳାଙ୍କୁ ହତ୍ୟା, ଅଭିଯୋଗ ଆଣିଲେ ବାପଘର ଲୋକ