ରାଜ୍ୟ

ଜଳେଶ୍ୱର: ୨ କୋଟି ଟଙ୍କାର ଧଳାଜହର ଜବତ, ଜଣେ ମହିଳାଙ୍କ ସମେତ ୨ ମାଫିଆ ଗିରଫ

ଜଳେଶ୍ୱର(କେନ୍ଯୁଜ୍): ୨ କୋଟି ଟଙ୍କାର ଧଳାଜହର ଜବତ । ଜଣେ ମହିଳାଙ୍କ ସମେତ ୨ଜଣ ମାଫିଆ ଗିରଫ । ଜଳେଶ୍ୱର ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବସ୍ତା ଥାନା ବିଦ୍ୟାଧରପୁର ଗାଁରୁ ୨ କେଜି ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ ।

ଏହି ମାମଲାରେ ଜଣେ ମହିଳାଙ୍କ ସହ ୨ଜଣ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରାଯାଇଛି । ଚଢାଉ ବେଳେ ବ୍ରାଉନସୁଗର ମାଫିଆ ପୋଲିସକୁ ଆକ୍ରମଣ କରି ଗାଡି ଭଙ୍ଗାରୁଜା କରିଥିଲେ । କିଛି ପୋଲିସ କର୍ମଚାରୀ ଏଥିରେ ଆହତ ହୋଇଥିବା ବେଳେ ଜଣେ ମାଫିଆ ଖସି ପଳାଇଛନ୍ତି ।

ସୂଚନା ଥାଉକି, ଗତକାଲି କିଛି ଦିନ ତଳେ, ଜଳେଶ୍ୱରରୁ  ଅଢେଇ କୋଟିର ବ୍ରାଉନସୁଗର ଜବତ କରାଯାଇଥିଲା। ଜଳେଶ୍ୱର ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉ ବେଳେ ବିପୁଳ ପରିମାଣର ଧଳା ଜହର ଜବତ କରାଯାଇଥିଲା। ଘଟଣାରେ ୩ ବେପାରୀଙ୍କୁ ଗିରଫ କରିଥିଲା ପୋଲିସ।

ଜବତ ୨ କେଜି ୪୦୦ଗ୍ରାମ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ରହିଥିଲା। ତେବେ ଏତେ ପରିମାଣର ବ୍ରାଉନ ସୁଗାର କେଉଁଠାରୁ କେଉଁଠିକୁ ଚାଲାଣ ହେଉଥିଲା ସେନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ୍। ସେହିପରି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସାର୍ଥା ଗାଁରୁ ବ୍ରାଉନସୁଗର ବେପାରୀକୁ ଗିରଫ କରାଯାଇଥିଲା । ଏହା ସହ ଏକ ଚୋରା ବନ୍ଧୁକ ଜବତ କରିଥିଲା ପୋଲିସ୍ । ଗିରଫ ଅଭିଯୁକ୍ତ ଥିଲା ସୁନୀଲ ଗୌଡ । ସୁନୀଲ ଗାଁ ଭିତରେ ପଶି ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରୁଥିବାବେଳେ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ସାର୍ଥା ଫାଣ୍ଡି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା ।

ତେବେ ପ୍ରାୟତଃ ସମୟର ଜଳେଶ୍ୱର ଅଞ୍ଚରୁ ବାରମ୍ବାର ବିପୁଳ ପରିମାଣର ଧଳା ଜହର ଜବତ କରାଯାଉଛି। ଅନେକ ବେପାରୀଙ୍କୁ ମଧ୍ଯ ଗିରଫ କରାଯାଉଛି । ରାଜ୍ଯ ତଥା ରାଜ୍ଯ ବାହାରେ ବର୍ତ୍ତମାନ ସମୟରେ ଏହି ଧଳା ଜହର ଚୋରା ବ୍ଯବସାୟ ଜୋରଦାର୍ ଚାଲିଛି। ଯେଉଁଥିରେ ବିଶେଷ କରି ଯୁବଗୋଷ୍ଠୀମାନେ ଫଶିଥିବାର ଜଣାପଡିଛି। ଏସବୁକୁ ରୋକିବାକୁ ପୋଲିସ୍ କଠୋର ନୀତି ଅବଲମ୍ବନ କରୁଛି ତଥାପି ପୋଲିସ୍ ଆଖିରେ ଧୂଳି ଦେଇ ନିଜର କଳାକାରନାମା ଜାରି ରଖିଛନ୍ତି ଚୋରା ବେପାରୀମାନେ।

Sonalisa

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

26 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

45 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

53 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago