ଖୋର୍ଦ୍ଧା: ଏକଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ବ୍ରାଉନ୍ ସୁଗାର ଜବତ, ଯୁବକ ଗିରଫ

ଖୋର୍ଦ୍ଧା(କେନ୍ଯୁଜ୍): ଖୋର୍ଦ୍ଧା ଜିଲ୍ଲାର ସହରାଞ୍ଚଳରେ ବ୍ୟାପକ ବ୍ରାଉନ ସୁଗାର କାରବାର ଚାଲୁଥିବା ବେଳେ ଏବେ ଏହି ଧାରା ଧୀରେ ଧୀରେ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି । ଏଭଳି ଘଟଣା ଆଜି ଲୋକ ଲୋଚନକୁ ଆସିଛି । ସକାଳେ ଜିଲ୍ଲା ପୋଲିସ ସହାୟତାରେ ଜଙ୍କିଆ ଥାନାର ଏକ ସତନ୍ତ୍ର ଟିମ୍ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ରମ୍ଭାବିଲି ବାହାଡ଼ା ଛକ ବଡ଼ସାହି ନିକଟରୁ ଏକ ପାନ ଦୋକାନ ପଛପଟୁ ଜଣେ ଯୁବକକୁ କାବୁ କରିବା ସହ ତା ନିକଟରୁ ୧୧.୨୪ଗ୍ରାମର ବ୍ରାଉନସୁଗାର ଓ ନଗଦ ୯୦୦ଟଙ୍କା ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ଦିଲ୍ଲୀପ ମଙ୍ଗରାଜ (୩୭) ବୋଲି ଜଣାପଡିଛି। ଜଙ୍କିଆ ଥାନା କେଶ ନମ୍ବର ୨୪୧ ରେ ଗିରଫ କରି କୋର୍ଟ ଚାଲାଣ କରିଛି ।

ଦୀର୍ଘଦିନ ହେବ ଟାଙ୍ଗୀ, କୁହୁଡି,ନିରାକାର ପୁର ଓ ରାମେଶ୍ଵର ଅଞ୍ଚଳରେ ପାଉଡର ବେପାର ବ୍ୟାପକ ଚାଲୁଛି । ସ୍ଥାନୀୟ ପୋଲିସ ଏବଂ ଅବକାରୀ ବିଭାଗ ଏ ଦିଗରେ ଅଧିକା ଅନୁସନ୍ଧାନ କରି ତଦନ୍ତ ଆରମ୍ଭ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ନଚେତ ଟାଙ୍ଗୀ ଅଞ୍ଚଳର ଯୁବପିଢୀମାନଙ୍କ ଭବିଷ୍ୟତ ବିପଦଗାମୀ ଆଡକୁ ଗତି କରିବା ସହ ଚୋରି ଡକାୟତି ଓ ବଳତ୍କାର ବ୍ୟାପକ ଭାବେ ବଢିଚାଲିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.