ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗର ଜବତ, ଜଣେ ଯୁବକ ଗିରଫ

ଟାଙ୍ଗୀ(କେନ୍ୟୁଜ୍‌): ଖୋର୍ଦ୍ଧା ଜିଲ୍ଲାର ସହରାଞ୍ଚଳରେ ବ୍ୟାପକ ବ୍ରାଉନ ସୁଗର କାରବାର ଚାଲୁଥିବା ବେଳେ ଏବେ ଏହି ଧାରା ଧୀରେ ଧୀରେ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି । ଏଭଳି ଘଟଣା ଆଜି ଲୋକ ଲୋଚନକୁ ଆସିଛି ବାଲୁଗାଁ ଅଞ୍ଚଳରେ । ସକାଳେ ଟାଙ୍ଗୀ ଅବକାରୀ ବିଭାଗର ଏକ ସତନ୍ତ୍ର ଟିମ୍ ଖୋରଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଚକ୍ରଧରପୁର ସାହି ନିକଟରୁ ଜଣେ ବ୍ରାଉନସୁଗର ବେପାରୀକୁ ଗିରଫ କରିବା ସହ ତା ନିକଟରୁ ପାଖାପାଖି ୧୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ।ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ଗିରଫ ଅଭିଯୁକ୍ତ ଜଣଙ୍କ ପାଣ୍ଡଵ ବେହେରା (୨୮) ବୋଲି ଜଣାପଡିଛି ।

ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ ଏବଂ ବାଲୁଗାଁ ଅବକାରୀ ବିଭାଗ ଏସଆଇ ମନୋଜ ବାରିକଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା । ଦୀର୍ଘଦିନ ହେବ ଟାଙ୍ଗୀ,ବାଲୁଗାଁ, କୁହୁଡି, ବାଣପୁର, ନାଚୁଣୀ, ନିରାକାରପୁରରେ ପାଉଡର ବେପାର ଚାଲିଥିବାର ଖବର ସେମାନଙ୍କ ପାଖରେ ଥିଲା।

ତେବେ ବହୁ ଦିନର ପ୍ରଚେଷ୍ଟା ପରେ ଆଜି ଅବକାରୀ ପଞ୍ଝାରେ ଉକ୍ତ ପାଉଡର ବେପାରୀ ଧରା ପଡିଛି। ଅଭିଯୁକ୍ତଙ୍କ ନାମରେ ପିଆର ନଂ ୩୭ ରେ ଏନଡିପିଏସ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ସ୍ଥାନୀୟ ପୋଲିସ ଏବଂ ଅବକାରୀ ବିଭାଗ ଏ ଦିଗରେ ଅଧିକ ତଦନ୍ତ ଆରମ୍ଭ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ନଚେତ ଟାଙ୍ଗୀ, ଚିଲିକା ଓ ବାଣପୁର ଅଞ୍ଚଳର ଯୁବପିଢୀମାନଙ୍କ ଭବିଷ୍ୟତ ବିପଦଗାମୀ ଆଡକୁ ଗତି କରିବା ସହ ଚୋରି ଡକାୟତି ଓ ବଳତ୍କାର ବ୍ୟାପକ ଭାବେ ବଢିଚାଲିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.