ପ୍ରେମ ଜନିତ କାରଣରୁ ବୀଭତ୍ସ ହତ୍ୟାକାଣ୍ଡ, ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲିଗୁଡ଼ା(କେନ୍ୟୁଜ୍): ପ୍ରେମ ଜନିତ କାରଣରୁ ବୀଭତ୍ସ ହତ୍ୟାକାଣ୍ଡ । ହତ୍ୟା ପରେ ଯୁବକଙ୍କ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ଜଙ୍ଗଲରେ ଫିଙ୍ଗିଦେଲେ ଅଭିଯୁକ୍ତ । ବାଲିଗୁଡା ଥାନା ପୁଟକିବାଲି ଗାଁ ନିକଟସ୍ଥ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିଛି ବାଲିଗୁଡା ପୋଲିସ । ମୃତକ ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଘଣ୍ଟପଡା ଗାଁର ଶୁକଦେବ ରଣା । ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ବାଲିଗୁଡା ପୋଲିସ ।

୩ ଅଭିଯୁକ୍ତ ବାଲିଗୁଡା ଥାନା ପୁଟକିବାଲି ଗାଁର ହୋଇଥିବା ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ ପୁଟକିବାଲି ଗାଁର ଦୁଃଶାସନ ମଳିକ, ଗିରିଶ ମଳିକ, ନୀଳବନ୍ତ ମଳିକ । ମୃତ ଯୁବକ ଶୁକଦେବ ରଣା ଗତ ଅଗଷ୍ଟ ୨୬ତାରିଖରୁ ନିଖୋଜ ଥିଲେ । ଘଣ୍ଟପଡା ନିଜ ଗାଁରୁ ବାଲିଗୁଡା ଥାନା ପୁଟକିବାଲି ଗାଁକୁ ଆସି ଆଉ ଘରକୁ ଫେରି ନଥିଲେ । ଏନେଇ ମୃତକଙ୍କ ପରିବାର ଲୋକେ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ପଚରାଉଚରା ବେଳେ ସତ ମାନିଥିଲେ ଅଭିଯୁକ୍ତ । ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ତଦନ୍ତ ଚାଲିଥିବା ବାଲିଗୁଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.