ନବରଙ୍ଗପୁର: ସଂଘବଦ୍ଧ ଭାବେ ଖଣ୍ଡାରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା, ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାସ୍ତାରୋକ

ନବରଙ୍ଗପୁର(କେନ୍ୟୁଜ୍): ନବରଙ୍ଗପୁର ସହରରେ ବୁଲିଲା ଖଣ୍ଡା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ହତ୍ୟା । ଗଦବାଗୁଡା ଅଞ୍ଚଳର ଶେଖ ନିଜାମ ନାମକ ଜଣେ ବ୍ୟକ୍ତିଙ୍କୁ କିଛି ଯୁବକ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ ହତ୍ୟାକାରୀଙ୍କ ନାଁ ପ୍ରକାଶ କରିଛନ୍ତି ନିଜାମ ।

ନିଜାମଙ୍କ ମୃତ୍ୟୁ ପରେ ହତ୍ୟାକାରୀଙ୍କୁ ଗିରଫ ଦାବିରେ ନିଜାମଙ୍କ ପରିବାର ଲୋକେ ମାଝୀଗୁଡା ନିକଟରେ ମୃତଦେହ ରଖି ରାସ୍ତା ଅବରୋଧ କରଛନ୍ତି । ଫଳରେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ହତ୍ୟାକାରୀଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବନି ବୋଲି କହିଛନ୍ତି ପରିବାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.