ରାଉରକେଲାରେ ଦୁଇ ଯୁବକଙ୍କୁ ନିର୍ମମ ହତ୍ୟା, ମୁହଁକୁ ବିକୃତ କରି ହତ୍ୟା କରାଯାଇଛି

ରାଉରକେଲା(କେନ୍ୟୁଜ୍):  ରାଉରକେଲାରେ ଡବଲ ମର୍ଡର । ଦୁଇ ଯୁବକଙ୍କୁ ନିର୍ମମ ହତ୍ୟା । ରାଉରକେଲା ଫର୍ଟିଲାଇଜର କଂଷ୍ଟ୍ରକ୍ସନ କଲୋନୀରେ ହତ୍ୟାକାଣ୍ଡ ଘଟିଛି । ଧାରୁଆ ଅସ୍ତ୍ରରେ ଆଘାତ କରି ଦୁଇ ଯୁବକଙ୍କ ମୁହଁକୁ ବିକୃତ କରି ହତ୍ୟା କରାଯାଇଛି । ମୃତକମାନେ ହେଲେ ଇନ୍ଦ୍ରଜିତ ସ୍ୱାଇଁ ଏବଂ ସଞ୍ଜୟ ଦାସ । ଇନ୍ଦ୍ରଜିତ ଓ ସଞ୍ଜୟ ଦୁହେଁ ମିଶି ଗଞ୍ଜୁ ନାମକ ଜଣେ ଯୁବକ ସହ ଭୋଜି କରିବାକୁ ଯାଇଥିଲେ । ସେ ହିଁ ଦୁଇ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଇନ୍ଦ୍ରଜିତଙ୍କ ପରିବାର । ପୋଲିସ ମଧ୍ୟ ଘଟଣାରେ କୌଣସି ପ୍ରତିକ୍ରିୟା ଦେଇ ନାହିଁ । ମୁଣ୍ଡରେ ଆଘାତ ଯୋଗୁ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି ।

Leave A Reply

Your email address will not be published.