ଦୀପ ନିଆଁ ଜାଳି ଦେଲା ବିଏସଏଫ୍ ଯବାନଙ୍କୁ, ବଞ୍ଚିଗଲା ୪ ବର୍ଷର ପୁଅ

ସୁନ୍ଦରଗଡ : ପୁରା ଗାଁ ରେ ଖେଳିଯାଇଛି ଶୋକର ଛାୟା । କାହାରି ଆଖିରୁ ଶୁଖୁନି ଲୁହ । କାରଣ ଗାଁ କୁ ଫେରୁଛି ବୀର ପୁଅ । ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ କେନାଭେଟା ଗ୍ରାମର ବିଏସଏଫ ଯବାନ ଗୁଜୁରାଟରେ କାର୍ଯ୍ୟରତ ଥିବା ଟିଟୁନ କୁମାର ବେହେରାଙ୍କ ମୃତ୍ୟୁ ଖବର ଜାଣିବା ପରେ ଗାଁ ରେ ଶୋକର ଛାୟା ଖେଳିଯାଇଛି । ଗୁଜରାଟ ରାଜ୍ୟରୁ ବିଏସଏଫ ଯବାନଙ୍କ ମୃତ୍ୟୁ ପରେ ବିଏସଏଫ ଯବାନ ମାନେ ମର ଶରୀର ଉପରେ ଜାତୀୟ ପତାକାକୁ ଦେଇ ରିତିନୀତି ଅନୁସାରେ ତାଙ୍କ ବାସଭବନ କେନାଭେଟା ଗ୍ରାମକୁ ଆଣିଥିଲେ ।
ତେବେ ସୂଚନା ଅନୁଯାୟୀ, ସହିଦ ଯବାନ ଟିଟୁନ ବେହେରା ଗୁଜୁରାଟରେ ବିଏସଏଫ କନେଷ୍ଟବଳ ଯବାନ ଭାବେ କାମ କରୁଥିଲେ । ରାକ୍ଷୀ ପୂର୍ଣ୍ଣିମା ଦିନ ଗୁଜୁରାଟରେ ଘରେ ଦୀପ ଜଳାଇ ଥିବା ବେଳେ ଦୀପରୁ କୌଣସି କାରଣରୁ ନିଆଁ ପରଦାରେ ଲାଗିଯିବାରୁ ନିଜେ ଓ ନିଜ ପତ୍ନୀ ନିଆଁରେ ପୋଡ଼ି ହୋଇଥିଲେ । କିନ୍ତୁ ସେଠାରେ ତାଙ୍କ ଚାରି ବର୍ଷର ପୁଅକୁ ଜୀବନ ବଞ୍ଚାଇ ପଳେଇବା ପାଇଁ କହିଥିଲେ । ଛୋଟ ପିଲା ମଧ୍ୟ ସେଇଆ କରିଥିଲା ସେ ଘର ବାହାରକୁ ଯାଇ ପାଖ ପଡ଼ୋଶୀଙ୍କୁ ଜଣାଇଥିଲା । ସ୍ଥାନୀୟ ଲୋକେ ଆସି ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ । ୨୮ ତାରିଖ ଦିନ ରାତ୍ରିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ସ୍ତ୍ରୀ ମଧ୍ୟ ଗୁରୁତର ହୋଇ ଚିକିତ୍ସା ଚାଲିଥିବା ବେଳେ ସେ ବର୍ତ୍ତମାନ ଏବେ ଠିକ ଅଛନ୍ତି ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି ।
କିନ୍ତୁ ସହିଦ ଯବାନଙ୍କୁ କେନାଭେଟା ଗ୍ରାମ ନିକଟରେ ଥିବା ଶ୍ମଶାନ ଘାଟରେ ଚାରି ବର୍ଷ ପୁଅ ମୁଖାଗ୍ନି ଦେଇଥିଲେ । ଯବାନଙ୍କ ଶବଦାହ ପରିବାର ଲୋକେ କରିଥିଲେ । ବଣାଇଁ ପୋଲିସ ଉପସ୍ଥିତିରେ ସେଠାରୁ ଆସିଥିବା ବିଏସଏଫ ଜବାନ ମାନେ ତାଙ୍କ ରିତିନୀତି ଅନୁସାରେ ସଲାମି ଦେଇ ଗାର୍ଡ ଅଫ ଅନର ଦିଆ ଯାଇଥିଲା ।