ବିଏସଏଫ୍ ଯବାନଙ୍କ ଦାଦାଗିରି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼

bsfମାଲକାନଗିରି:  ଏକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼। ଗତ ୨୫ ତାରିଖରେ ଯବାନ ଜଣଙ୍କ ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପକାଇବାକୁ ଯାଇଥିଲେ। ହେଲେ ସେ ହେଲମେଟ୍ ପିନ୍ଧିନଥିବାରୁ ପେଟ୍ରୋଲ ଦେବାକୁ ପମ୍ପର କର୍ମଚାରୀ ମନା କରିଥିଲେ। ଏହାକୁ ନେଇ ରାଗି ଯାଇଥିଲେ ଯବାନ। ଏହାର ପରଦିନ ଯବାନ ଜଣକ ପୋଷାକରେ ଆସି ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଏହାର ଦୃଶ୍ୟ ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଏନେଇ ଅର୍କେଲ ଥାନାରେ ମାମଲା ରୁଜୁ ହୋଇଛି। ବାଲିମେଳାରେ ଥିବା ବିଏସ୍ଏଫ୍ କାର୍ୟ୍ୟାଳୟକୁ ଚିଠି କରାଯାଇ ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.